ଦେଢ଼ ବର୍ଷ ପରେ ପର୍ଯ୍ୟଟକ ଫେରି ପାଇଲେ ଟଙ୍କା

ପୁରୀ: ସାବାସ ପୁଲିସ ବାବୁ ସାବାସ। ଆମେ ଏଥିପାଇଁ କହୁଛୁ ଗତ ଦେଢ଼ ବର୍ଷ ତଳେ କେରଳର ଜଣେ ପର୍ଯ୍ୟଟକଙ୍କୁ ବାଲେଶ୍ବର ଜିଲ୍ଲା ସୋର ଥାନା ଅନ୍ତର୍ଗତ ଅଭିଯୁକ୍ତ ହରିହର ପଣ୍ଡା ନିଜକୁ ହୋଟେଲ ମ୍ୟାନେଜର କହିବା ସହ ପୁରୀର ଏକ ଦାମୀ ହୋଟେଲରେ ବୁକିଙ୍ଗ ନିମନ୍ତେ ୪୫ହଜାର ଟଙ୍କା ଚୂନ ଲଗାଇଥିଲେ। ପର୍ଯ୍ୟଟକ ଜଣକ ହେଲେ କେରଳର ଶ୍ରୀଜୀଥ ଆର ପଳାଇ। ଶ୍ରୀଜିଥ ଠକାମୀର ଶିକାର ହୋଇ ଟାଉନ ଥାନାରେ ଅଭିଯୋଗ କରି ନିଜ ରାଜ୍ୟ କେରଳକୁ ପଳାଇଥିଲେ। କିନ୍ତୁ ପୁରୀ ଟାଉନ ଥାନା ଭାରପ୍ରାପ୍ତ ଅଧିକାରୀ ସୁନୀଲ କୁମାର ପ୍ରଧାନ ଗତମାସରେ ଅଭିଯୁକ୍ତକୁ ଧରିବା ସହ ତା ଠାରୁ ୪୫ହଜାର ଟଙ୍କା ଜବତ କରିଥିଲେ। ହେଲେ ଶ୍ରୀଜିଥ ଆଉ ପୁରୀ ଆସି ନଥିଲେ। ଅଭିଯୁକ୍ତ ଧରା ପଡିବା ପରେ ଶ୍ରୀଜୀଥଙ୍କୁ ଥାନା ପକ୍ଷରୁ ଖବର ଦିଆଯାଇଥିଲା। ଭାରପ୍ରାପ୍ତ ଥାନା ଅଧିକାରୀ ସୁନୀଲ ପ୍ରଧାନ ଗଣମାଧମକୁ ସୂଚନା ଦେଇ କହିଛନ୍ତି ଗତମାସ ଅଭିଯୁକ୍ତ ହରିହରକୁ ଗିରଫ କରିବା ସହ ତା’ ନିକଟରୁ ୪୫ହଜାର ଟଙ୍କା ଜବତ ହୋଇଥିଲା କିନ୍ତୁ ପର୍ଯ୍ୟଟକ ସେ ସମୟରେ ଆସିପାରିନଥିଲେ। କେରଳ ରାଜ୍ୟରୁ ସେ ଆଜି ଶୁକ୍ରବାର ଆସି ଥାନାରୁ ନିଜର ଅର୍ଥ ରାଶିକୁ ଫେରସ୍ତ ପାଇବା ସହ ଥାନା ଅଧିକାରୀ ଆଉ ପୁରୀ ପୋଲିସକୁ ଧନ୍ୟବାଦ ଦେଇଛନ୍ତି ।

Related posts