ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ସହରର ଖଣ୍ଡପଡାରୋଡସ୍ଥ ‘ନିରୋଗ’ କ୍ଳିନିକରେ ଅଲଟ୍ରା ସାଉଣ୍ଡ କେନ୍ଦ୍ରକୁ ଉଦଘାଟନ କଲେ ନୟାଗଡ଼ ବିଧାୟକ ଡକ୍ଟର ଅରୁଣ କୁମାର ସାହୁ। ନୟାଗଡ଼ ସହରରେ ମାତ୍ର ଦୁଇଟି ଅଲଟ୍ରାସାଉଣ୍ଡ କେନ୍ଦ୍ର ଥିବାରୁ ରୋଗୀମାନେ ବହୁ ହଇରାଣ ହରକତ ହେଉଥିଲେ। ଆବଶ୍ଯକ ସ୍ଥଳେ ଭୁବନେଶ୍ୱର ଯାଉଥିଲେ। ଏହି ଅସୁବିଧାକୁ ଦୂର କରିବା ପାଇଁ ନିରୋଗ କ୍ଳିନିକର ଅଲଟ୍ରା ସାଉଣ୍ଡ ନିଶ୍ଚିତଭାବେ ରୋଗୀମାନଙ୍କୁ ସାହାଯ୍ୟ କରିବ ବୋଲି ସାଧାରଣରେ ମତପ୍ରକାଶ ପାଇଛି। ଏହି ନିରୋଗ କ୍ଳିନିକରେ ଅତ୍ୟାଧୁନିକ ମେଶିନ ସାହାଯ୍ୟରେ ପାଥୋଲୋଜି, ଏକ୍ସରେ, ଇସିଜି ଠାରୁ ଆରମ୍ଭ କରି ଅଲଟ୍ରାସାଉଣ୍ଡ ପର୍ଯ୍ୟନ୍ତ ସମସ୍ତ ପ୍ରକାର ସ୍ବାସ୍ଥ୍ଯ ପରୀକ୍ଷା କରାଯାଉଛି ବୋଲି ଏହି କ୍ଳିନିକ୍ ର ପ୍ରୋପ୍ରାଇଟର ସନ୍ତୋଷ କୁମାର ନାୟକ ଓ ସାନଭାଇ ଡାକ୍ତର ମନୋଜ କୁମାର ନାୟକ ପ୍ରକାଶ କରିଛନ୍ତି। ଆଜିର ଏହି କାର୍ଯ୍ୟକ୍ରମରେ Radiology ଡାକ୍ତର ଉପସ୍ଥିତ ରହି ୧୫ ଜଣ ରୋଗୀଙ୍କର ଅଲଟ୍ରାସାଉଣ୍ଡ କରିଥିବା ବେଳେ ସମାଜସେବୀ ଶ୍ରୀକାନ୍ତ କୁମାର ଖଟେଇ, ରାଧେଶ୍ଯାମ ମହୋତା, ଶ୍ରୀଧର ସାହୁ, ଧୀରେନ୍ଦ୍ର ପଟ୍ଟନାୟକଙ୍କ ସହିତ ଅନନ୍ୟା ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ।
Related posts
-
ନୟାଗଡ଼ ଜିଲ୍ଲା ମହୋତ୍ସବ, ପଲ୍ଲିଶ୍ରୀ ମେଳା, କୃଷି ମେଳା ଓ ପୁସ୍ତକ ମହୋତ୍ସବର ପ୍ରଥମ କୋର କମିଟି ବୈଠକ
ଡିସେମ୍ବର ୨୪ରୁ ୨୮ତାରିଖ ଜିଲ୍ଲା ମହୋତ୍ସବ ଓ ପଲ୍ଲୀଶ୍ରୀ ମେଳା ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ମହୋତ୍ସବ, ପଲ୍ଲିଶ୍ରୀ ମେଳା,... -
ନୟାଗଡ଼ରୁ ହାୱଡ଼ା ଏବଂ ବାଙ୍ଗାଲୋରକୁ ରେଳ ଚଳାଚଳ ସହିତ ବିଭିନ୍ନ ଦାବି ନେଇ ନୟାଗଡ଼ ନାଗରିକ ମଞ୍ଚର ଗଣ ବିକ୍ଷୋଭ ଚେତାବନୀ
ନୟାଗଡ଼,(ନୟାଗଡ଼ ଦର୍ପଣ): ଜିଲ୍ଲାବାସୀଙ୍କ ବହୁ ଦିନର ସ୍ବପ୍ନ ନୟାଗଡ଼କୁ ରେଳ ଚଳାଚଳ ଗତ ୨୦୧୭ରୁ ଆରମ୍ଭ ହୋଇଥିବା ବେଳେ ଅଦ୍ୟାବଧି ରେଳସେବା... -
ଫାଇଲେରିଆ ନିରାକରଣ ନିମନ୍ତେ ଗଣଔଷଧ ସେବନ ଉପଲକ୍ଷେ ଜିଲ୍ଲାସ୍ତରୀୟ ସମନ୍ୱୟ କମିଟି ବୈଠକ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସଙ୍କ ସଭାପତିତ୍ୱରେ ଜିଲ୍ଲାର ଦଶପଲ୍ଲା, ନୂଆଗାଁ ଓ ଗଣିଆ...