ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ଏବଂ ଦୌରା ଜଜ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ଆନନ୍ଦ ନାରାୟଣ ମହାରଣାଙ୍କ ଅନୁମତି କ୍ରମେ ପ୍ରାଧିକରଣ ସଚିବ ତଥା ବରିଷ୍ଠ ବର୍ଗ ବିଚାରପତି ବିଶେଷ କୁମାର ସାହୁ ସରକାରୀ ଉଚ୍ଚ ବିଦ୍ୟାଳୟ, ଲଠିପଡା ପରିଦର୍ଶନ କରିଥିଲେ । ଛାତ୍ର ଆଇନ ସାକ୍ଷରତା ସଚେତନତା କାର୍ଯକ୍ରମରେ, ପ୍ରଧାନ ଶିକ୍ଷକ ପ୍ରତାପ କୁମାର ଶତପଥି ସ୍ଵାଗତ ଏବଂ ଅତିଥୀ ପରିଚୟ ପ୍ରଦାନ କରିଥିଲେ । ପ୍ରାଧିକରଣ ସଚିବ ବିଶେଷ କୁମାର ସାହୁ ମୌଳିକ ଆଇନ ବାଖ୍ୟା କରିବା ସହିତ, ବିଶେଷକରି ସଡକ ସୁରକ୍ଷା ଏବଂ ପରିବାରରେ ଗାଡି ଚାଳନା କରୁଥିବା ବ୍ୟକ୍ତିମାନଙ୍କ, ହେଲମେଟ ବ୍ୟବହାରକୁ ଛାତ୍ରଛାତ୍ରୀ ଧ୍ୟାନ ଦେବାକୁ ମତ ରଖିଥିଲେ । ବରିଷ୍ଠ ଅଧିବକ୍ତା ଶ୍ରୀ ରମେଶ ଚନ୍ଦ୍ର ମହାରଣା ଆଇନ ସେବା ବିଷୟରେ ବିସ୍ତ୍ରୁତଭାବେ ଆଲୋଚନା କରିଥିଲେ । ସଦସ୍ୟ ଶ୍ରୀ ମହମ୍ମଦ ଓମର ମ।ଲ୍ଲିକ, ଜାତୀୟତା, ଛାତ୍ର ଶ୍ରୁଙ୍ଖଳା ତଥା ଶାନ୍ତି ସହାନୁଭୁତିର ଆବଶ୍ୟକତା ବର୍ଣ୍ଣନା କରିଥିଲେ । ବିଦ୍ୟାଳୟ ପରିଚାଳନା ପରିଷଦ ସଭାପତି ଶ୍ରୀ ସୁରେଶ କୁମାର ପ୍ରଧାନ ବିଦ୍ୟାଳୟର ଉନ୍ନତି କାମନା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ।
Related posts
-
ମାଟ୍ରିକର ୮୪ବ୍ୟାଚ ସହପାଠୀଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି
ନୟାଗଡ଼,(ନୟାଗଡ଼ ଦର୍ପଣ): ମାଟ୍ରିକର ୮୪ବ୍ୟାଚର ସହପାଠୀ ତଥା ଆଦର୍ଶ ଶିକ୍ଷକ କିଶୋର ଚନ୍ଦ୍ର ସେନାପତିଙ୍କ ଆକସ୍ମିକ ବିୟୋଗରେ ଏକ ଶୋକ ତଥା... -
ଷଷ୍ଠ କ୍ଲଷ୍ଟର ସ୍ତରୀୟ ବୈଠକ ଅନୁଷ୍ଠିତ
ବିଲଡିଂ ଆପ ବ୍ୟବହାର, ଜାତୀୟ ଉପଲବ୍ଧି ପରୀକ୍ଷଣ ପାଇଁ ପ୍ରସ୍ତୁତି, ପାଠ ଯୋଜନା, ଟ୍ରାକର, ବିଦ୍ୟାଳୟ ନିରାପତ୍ତା ଉପରେ ଗୁରୁତ୍ୱ ରଣପୁର,(ନୟାଗଡ଼... -
ନୟାଗଡ଼ ସରସ୍ବତୀ ଶିଶୁଵିଦ୍ୟା ମନ୍ଦିରରେ ବାର୍ଷିକ କ୍ରୀଡା
ନୟାଗଡ଼, (ନୟାଗଡ଼ ଦର୍ପଣ): ଗତ ଦୁଇଦିନ ଧରି ନୟାଗଡ଼ ସରସ୍ବତୀ ଶିଶୁଵିଦ୍ୟାମନ୍ଦିରର ବାର୍ଷିକ କ୍ରୀଡା PTS ପଡିଆରେ ଅନୁଷ୍ଠିତ ହୋଇଯାଇଛି। ଉଦଘାଟନ...