ରାଜ୍ୟପାଳଙ୍କ ଦ୍ଵାରା ଲୋକାର୍ପିତ ହେଲା ଡ. ସୁରେଶ ବରାଡ଼ଙ୍କ କବିତା ପୁସ୍ତକ “ଗୁରୁ”

ଓଡଗାଁ, (ନୟାଗଡ଼ ଦର୍ପଣ): ଓଡଗାଁ ବ୍ଲକ ଅନ୍ତର୍ଗତ ହରିହରପୁର ଗ୍ରାମର ବିଶିଷ୍ଟ କବି ଡ.ସୁରେଶ ଚନ୍ଦ୍ର ବରାଡ଼ଙ୍କ ଦ୍ଵାରା ଲିଖିତ କବିତା ସଂଗ୍ରହ “ଗୁରୁ” ପୁସ୍ତକକୁ ଓଡ଼ିଶାର ମହାମହିମ ରାଜ୍ୟପାଳ, ପ୍ରଫେସର ଗଣେଶୀ ଲାଲଙ୍କ କରକମଳରେ ଉନ୍ମୋଚିତ ହୋଇଯାଇଛି। ଏହି ପୁସ୍ତକ ଉନ୍ମୋଚନ ଅବସରରେ ଆନ୍ତଜାର୍ତୀୟ ଚାରଣ ଗୋଷ୍ଠୀର ସମ୍ପାଦକ ଗୋବିନ୍ଦ ଚନ୍ଦ୍ର ବେହେରା, କେଉଁଝର ଜିଲ୍ଲା ସଂଗଠକ ତପନ କୁମାର ନାୟକ, କବି କଲ୍ଲୋଳ ଗୋଦାବରୀ ବସନ୍ତିଆ ଉକ୍ତ କାଯ୍ୟର୍କ୍ରମରେ ଉପସ୍ଥିତ ଥିଲେ। ଦୁଇଟି ଭାଗରେ ବିଭକ୍ତ ପୁସ୍ତକଟିରେ ପ୍ରଥମେ ଗୁରୁଗୀତା ସଂସ୍କୃତ ପୁସ୍ତକର ତିନୋଟି ଅଧ୍ୟାୟର ଓଡ଼ିଆ ଭାଷାନ୍ତର ସହିତ ଗୀତାନୁବାଦ ପ୍ରଦାନ କରାଯାଇଛି। ଦ୍ଵିତୀୟ ଭାଗରେ ସାମ୍ପ୍ରତିକ ଯୁଗରୁ ବୈଦିକ ଯୁଗ ପଯ୍ୟର୍ନ୍ତ ବିଭିନ୍ନ ସମୟର ଗୁରୁ ଶିଷ୍ୟ ସମ୍ପର୍କକୁ ନେଇ ୨୧ ଜଣ ଗୁରୁଶିଷ୍ୟଙ୍କ ଚରିତ ସରସ-ସୁନ୍ଦର, ସରଳ-ସାବଲୀଳ ଭାଷାରେ ରଚିତ ହୋଇଛି ଯାହା ସମ୍ପୂର୍ଣ୍ଣ ରୀତି ଯୁଗୀୟ କାବ୍ୟ ପରମ୍ପରାକୁ ବହନ କରେl

ଆନ୍ତଜାର୍ତୀୟ ଚାରଣ ଗୋଷ୍ଠୀର ସମ୍ପାଦକ ଶ୍ରୀ ବେହେରା “ଗୁରୁ” ବର୍ତ୍ତମାନର ଗୁରୁ ତଥା ଶିଷ୍ୟ ଉଭୟଙ୍କ ପାଇଁ ଏକ ଅମୂଲ୍ୟ ନିଧି ବୋଲି ବର୍ଣ୍ଣନା କରିବା ସହ ସାନ ଭାଇ ସୁରଙ୍କୁ ପ୍ରଭୁ ଏଇମିତି ଶକ୍ତି ଦେଇଥାନ୍ତୁ ଓ ତାଙ୍କ ଲେଖନୀ ସହସ୍ରମୁଖ ହେଉ ବୋଲି ଆଶ୍ରୀବଚନ ପ୍ରଦାନ କରିଛନ୍ତି। ଆଜି ତାଙ୍କୁ ଲଡ଼ୁକେଶ ସାହିତ୍ୟ ସଂସ୍କୃତି ବିକାଶ ପରିଷଦର ଉପଦେଷ୍ଟା ତଥା ନୟାଗଡ଼ ସ୍ବୟଂଶାସିତ ମହାବିଦ୍ୟାଳୟର ଶାସ୍ତ୍ରୀୟ ଓଡ଼ିଆ ଭାଷା ସାହିତ୍ୟ ବିଭାଗର ପ୍ରାକ୍ତନ ବିଭାଗ ମୁଖ୍ୟ ପ୍ରାଧ୍ୟାପକ ଡ.ଗୋବିନ୍ଦ ଚନ୍ଦ୍ର ଦାଶ, ନୟାଗଡ଼ ସ୍ବୟଂଶାସିତ ମହାବିଦ୍ୟାଳୟର ଶାସ୍ତ୍ରୀୟ ଓଡ଼ିଆ ଭାଷା ସାହିତ୍ୟ ବିଭାଗର ଅଧ୍ୟାପକ ସହଦେବ ବେହେରା, ନୟାଗଡ଼ ସ୍ବୟଂଶାସିତ ମହାବିଦ୍ୟାଳୟର ଶାସ୍ତ୍ରୀୟ ଓଡ଼ିଆ ଭାଷା ସାହିତ୍ୟ ବିଭାଗର ଅଧ୍ୟାପିକା ବିନ୍ଦୁଲତା ଷଣ୍ଢ ଓ ଲଡ଼ୁକେଶ ସାହିତ୍ୟ ସଂସ୍କୃତି ବିକାଶ ପରିଷଦର ସଭାପତି ତଥା ଶରଣକୁଳ ଅଞ୍ଚଳର ବରିଷ୍ଠ ସାମ୍ବାଦିକ ସତ୍ୟନାରାୟଣ ମିଶ୍ର, ବାବାଜୀ ମହାରାଜ ଭଗବାନ ଦାସ ଉଦାସୀନ, ନୟାଗଡ଼ ସ୍ବୟଂଶାସିତ ମହାବିଦ୍ୟାଳୟର ଓଡ଼ିଆ ଭାଷା ସାହିତ୍ୟ ବିଭାଗ ଅଧ୍ୟାପକ ସଞ୍ଜୟ କୁମାର ସାହୁ, କବି କୁସୁମ ନିରାକାର ସ୍ବାଇଁ, ପ୍ରମୁଖ ସୁରଭାଇଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କ ସାରସ୍ବତ ସାଧନାର ଉତ୍ତରୋତ୍ତର ଉନ୍ନତି କାମନା କରିଛନ୍ତି।

Related posts