ରଣପୁର ନିର୍ବାଚନ ମଣ୍ଡଳୀର କରୋନା ସ୍ଥିତି ସମୀକ୍ଷା କଲେ ଜିଲ୍ଲାପାଳ

ରଣପୁର: ତୃତୀୟ ପର୍ଯ୍ୟାୟରେ ନୟାଗଡ ଜିଲ୍ଲାପାଳ ଡଃ ପୋମା ଟୁଡୁ ଭର୍ଚୁଆଲ ମାଧ୍ୟମରେ ରଣପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସମସ୍ତ ଅଂଚଳର କୋଭିଡ ସ୍ଥିତି ସମୀକ୍ଷା କରିଛନ୍ତି । ଏଠାରେ ଉଲେଖଯୋଗ୍ୟ, ଜିଲ୍ଲାପାଳ ଏହା ପୂର୍ବରୁ ଦଶପଲ୍ଲା ଓ ଖଣ୍ଡପଡା ନିର୍ବାଚନ ମଣ୍ଡଳୀ ଅନର୍ଗତ ସମସ୍ତ ଅଂଚଳର ସ୍ଥିତି ସମୀକ୍ଷା କରି ସାରିଛନ୍ତି । ଆଜି ଏହି ସମୀକ୍ଷାରେ ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ ଉପସ୍ଥିତ ଥିଲେ । ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରଣପୁର ଏବଂ ଓଡ଼ଗାଁ ବ୍ଲକର ବିଡ଼ିଓ, ତହସିଲଦାର, ମେଡିକାଲ ଅଫିସର ଓ ସମସ୍ତ ସରପଞ୍ଚ ତଥା ଜିଲ୍ଲା ପରିଷଦ ସଦସ୍ୟମାନେ ଉପସ୍ଥିତ ଥିଲେ । ବିଡ଼ିଓ, ତହସିଲଦାର ଓ ମେଡିକାଲ ଅଫିସରଙ୍କୁ ଗୋଟି ଗୋଟି କୋଭିଡର ପ୍ରତ୍ୟକ ବିଷୟ ଉପରେ ପଚାରିଥିଲେ । ପ୍ରତି ବ୍ଲକ ପ୍ରତିଦିନ ଅତି କମରେ ୧୦୦ଲେଖାଏଁ RTPCR ଟେଷ୍ଟ କରିବାକୁ ନିର୍ଦେଶ ଦେଇଥିଲେ । କୋଭିଡ ଉପରେ ଲୋକଙ୍କ ସଚେତନତା ଉପରେ ଗୁରୁତ୍ୱ ଦେବା ପାଇଁ ବିଡ଼ିଓ ଓ ଜନ ପ୍ରତିନିଧିମାନଙ୍କୁ କହିଥିଲେ । ସେ ନିଜେ ପାଖାପାଖି ଏକ ଘଣ୍ଟା ଧରି କୋଭିଡର ଭୟାବହାତ ଉପରେ ସଚେତନ ରହିବା ପାଇଁ ମଧ୍ୟ ବୁଝାଇଥିଲେ । ILI ଓ SARI ଉପରେ ଗୁରୁତ୍ୱ ଦେବା ସହିତ RRT ଟିମର ଭୂମିକା ଉପରେ ଆଲୋଚନା ହୋଇଥିଲା । ଏହା ଉପରେ ନଜର ରଖିବା ପାଇଁ ବିଡ଼ିଓ ଓଡ଼ଗାଁଙ୍କୁ ନିର୍ଦେଶ ଦେଇଥିଲେ। କୋଭିଡ ରୋଗୀଙ୍କୁ ଦରକାର ପଡ଼ିଲେ ସ୍ଥାନାନ୍ତରିତ କରିବା ପାଇଁ ଏବେ ରଣପୁର ଅଂଚଳରେ ୪ଗୋଟି ଅମ୍ବୁଲାନ୍ସ ଥିଲାବେଳେ, ବିଧାୟକ ଆଉ ଗୋଟେ ଅମ୍ବୁଲାନ୍ସ ପାଇଁ ପ୍ରସ୍ତାବ ଦେଇଥିଲେ ଓ ରଣପୁର ଅଂଚଳର କୋଭିଡ ରୋଗୀଙ୍କୁ ଦରକାର ପଡ଼ିଲେ ଚାନ୍ଦପୁର ସ୍ଥିତ କୋଭିଡ ହସ୍ପିଟାଲକୁ ପଠାଇବା ପାଇଁ ମତାମତ ରଖିଥିଲେ । ଏହା ସହିତ ତେଲେଙ୍ଗାନା ଆନ୍ଧ୍ରପ୍ରଦେଶ ତଥା ପଶ୍ଚିମବଙ୍ଗ ଫେରନ୍ତାଙ୍କ ଉପରେ କଡା ନଜର ରଖିବା ପାଇଁ ସମସ୍ତ ସରପଞ୍ଚମାନଙ୍କୁ କହିଥିଲେ ଏବଂ ଯଦି ସେପରି କିଛି ନଜରକୁ ଆସୁଛି ତେବେ ସେମାନଙ୍କୁ କ୍ଲଷ୍ଟର TMCରେ ରଖିବା ପାଇଁ କଡା ନିର୍ଦେଶ ଦେଇଥିଲେ।Enforcementକୁ କଡାକଡି କରିବା ପାଇଁ ମଧ୍ୟ କହିଥିଲେ । ଏହି ବୈଠକରେ ପ୍ରକଳ୍ପ ନିର୍ଦେଶକ ସୁବାଷ ଚନ୍ଦ୍ର ରାୟ , ଅତିରିକ୍ତ ଜିଲ୍ଲାପାଳ ବିଧାନ ଚନ୍ଦ୍ର ରାୟ , ଉପ ଜିଲ୍ଲାପାଳ ଲଂଗଜିତ ରାଉତ, ବନଖଣ୍ଡ ଅଧିକାରୀ ଧନରାଜ ଏଚଡ଼ି, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଶକ୍ତିପ୍ରସାଦ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

Related posts