ଗଣିଆ:(ନୟାଗଡ଼ ଦର୍ପଣ): ଗଣିଆ ବ୍ଳକ କିଶୋରପ୍ରସାଦ ପଞ୍ଚାୟତ ପତୁରିଆ ଗ୍ରାମରେ କୁମ୍ଭୀର ଆତଙ୍କ ଦେଖିବାକୁ ମିଳିଛି । ମହାନଦୀରେ ବନ୍ୟା ସମୟରେ ଏହି ଗୋମୁଁହା କୁମ୍ଭୀରଟି ପତୁରିଆ ଗ୍ରାମ ସର ନାଳକୁ ଚାଲିଆସିଥିବା ଜଣାପଡିଛି । ବର୍ତମାନ ସର ନାଳରେ ରହିଥିବା ଯୋଗୁଁ ଗ୍ରାମବାସୀଙ୍କ ମନରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଗତ ଶନିବାର ଦିନ ଗ୍ରାମର ଦାଶରଥି ନାୟକଙ୍କ ଗୋଟିଏ ଛେଳିକୁ ଖାଇଦେଇଥିବା ଜଣାପଡିଛି । ସେହିପରି ପତୁରିଆ ନିକଟ ମହାନଦୀରେ ଅନ୍ୟ ଏକ ଘଡ଼ିଆଳ କୁମ୍ଭୀର ରହିଥିବା ଦେଖିବାକୁ ମିଳିଛି । କୁମ୍ଭୀର ଭୟରେ କିଛିଦିନ ଧରି ଲୋକମାନେ ନଦୀ କିମ୍ବା ସର ନାଳକୁ ଗାଧୋଇବା ପାଇଁ ଯାଉନଥିବା ଗ୍ରାମବାସୀମାନେ ପ୍ରକାଶ କରିଛନ୍ତି । ଏନେଇ ଗ୍ରାମବାସୀ ମାନେ ବନବିଭାଗକୁ ଜଣାଇଥିଲେ ମଧ୍ୟ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନାହିଁ । ଏ ସମ୍ପର୍କରେ ଗଣିଆ ବନାଞ୍ଚଳ ଅଧିକାରୀ ସୁମନ ମାଝୀଙ୍କୁ ପଚାରିବାରୁ ତାଙ୍କ ପାଖରେ କୌଣସି ଖବର ନଥିବା ପ୍ରକାଶ କରିଛନ୍ତି l
ଗଣିଆ ପତୁରିଆ ସର ନାଳରେ କୁମ୍ଭୀର, ଲୋକେ ଆତଙ୍କିତ
