ସରିଲା ନୂଆଗାଁ ରୋଡ଼-ଦଶପଲ୍ଲା ରେଳ ଲାଇନର ସୁରକ୍ଷା ଯାଞ୍ଚ, ଖୁବଶୀଘ୍ର ଗଡ଼ିବ ଟ୍ରେନ

ନୟାଗଡ଼,(ନୟାଗଡ଼ ଦର୍ପଣ): ଦକ୍ଷିଣ ପୂର୍ବ ରେଳପଥର ମୁଖ୍ୟ ରେଳ ସୁରକ୍ଷା
ଅଧିକାରୀ ଏ.ଏମ.ଚୌଧୁରୀଙ୍କ ନେତୃତ୍ବରେ ଏକ ଉଚ୍ଚସ୍ତରୀୟ ବୈଷୟିକ ମଣ୍ଡଳୀ ନୂଆଗାଁ ରୋଡ଼-ଦଶପଲ୍ଲା ରେଳ ଲାଇନର ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିଛନ୍ତି। ଦଶପଲ୍ଲା ଷ୍ଟେସନ କାର୍ଯ୍ୟ, ଟ୍ରାକ ଲାଇନ କାର୍ଯ୍ୟ, ଲୁପ ଲାଇନ ଓ ପ୍ୟାନେଲ ବୋର୍ଡ ଆଦି କାର୍ଯ୍ୟ ନିରିକ୍ଷଣ କରିଛନ୍ତି । ରେଳ ସୁରକ୍ଷା ଅଧିକାରୀ ଖୁବଶୀଘ୍ର ବିଭାଗକୁ ରିପୋର୍ଟ ଦେବେବୋଲି ପ୍ରକାଶ କରିଛନ୍ତି । ରିପୋର୍ଟ ଦେଲା ପରେ ଦଶପଲ୍ଲାକୁ ଟ୍ରେନ ଗଡିବ ବୋଲି ଜଣାପଡିଛି। ଏଥିନିମନ୍ତେ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ମୁଖ୍ୟ ସୁରକ୍ଷା ଅଧିକାରୀ ଶ୍ରୀ ଚୌଧୁରୀ ଯାଞ୍ଚ ସମ୍ପର୍କିତ ରିପୋର୍ଟ ଖୁବଶୀଘ୍ର ପ୍ରଦାନ କରିବା ପାଇଁ ବିଭାଗ ପକ୍ଷରୁ କୁହାଯାଇଛି। ଏହି ଯାଞ୍ଚ କାର୍ଯ୍ୟକ୍ରମରେ ପୂର୍ବତଟ ରେଳପଥର ମୁଖ୍ୟ ବ୍ରିଜ ଅଧିକାରୀ ଏବଂ ମୁଖ୍ୟ ସିଗନାଲ ଅଧିକାରୀଙ୍କ ସମେତ ଅନ୍ୟାନ୍ୟ ଉଚ୍ଚପଦସ୍ଥ ଅଧିକାରୀମାନେ ଯୋଗ ଦେଇଥିଲେ। ଆସନ୍ତା ଅଗଷ୍ଟ ମାସରେ ଦଶପଲ୍ଲା ଷ୍ଟେସନ କାର୍ଯ୍ୟକ୍ଷମ ହେବା ସହିତ ଖୁବଶୀଘ୍ର ଦଶପଲ୍ଲା ଭୁବନେଶ୍ବର ଏବଂ ଦଶପଲ୍ଲା ପୁରୀ ମଧ୍ୟରେ ନିୟମିତ ଟ୍ରେନ ଚଳାଚଳ କରିବ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି।

Related posts