ଦଶପଲ୍ଲା,(ନୟାଗଡ଼ ଦର୍ପଣ): ମଣିପୁର ଦଙ୍ଗା ଓ ମହିଳାଙ୍କ ପ୍ରତି ଅମାନୁଷିକ ବିଭତ୍ସ ଅତ୍ୟାଚାର ବିରୁଦ୍ଧରେ ଦଶପଲ୍ଲା ବ୍ଲକ୍ ଅଫିସ୍ ସମ୍ମୁଖରେ କେନ୍ଦ୍ରୀୟ ଶ୍ରମିକ ସଂଗଠନ ସିଆଇଟିୟୁ, ଅଖିଳ ଭାରତ କୃଷକ ସଭା, ଅଖିଳ ଭାରତ କ୍ଷେତ ମଜଦୂର ୟୁନୀୟନ୍ ଓ ଭାରତର ଗଣତାନ୍ତ୍ରିକ ଯୁବ ଫେଡରେଶନ ପକ୍ଷରୁ ଏକ ମିଳିତ ପ୍ରତିବାଦ ଅନୁଷ୍ଠିତ ହୋଇଥିଲା । ଦଙ୍ଗା ନିୟନ୍ତ୍ରଣ କରିବାରେ ଉଭୟ କେନ୍ଦ୍ର ଓ ମଣିପୁରରେ ଥିବା ଭାରତୀୟ ଜନତା ପାର୍ଟି ସରକାର ର ବିଫଳତା ଫଳରେ ଶତାଧିକ ଲୋକ ଙ୍କ ହତ୍ୟା, ହଜାର ହଜାର ଗୃହଦାହ ତଥା ମହିଳାଙ୍କୁ ଅମାନୁସିକ ଭାବରେ ଧର୍ଷଣ ଓ ହତ୍ୟାକାଣ୍ଡ ମାନ ଘଟିଚଳିଛି। ଏଥିନିମନ୍ତେ ଦାୟୀ ଉଭୟ ସରକାରଙ୍କ ଇସ୍ଥଫା ଦାବି କରାଯାଇଥିଲା ଏବଂ ତୁରନ୍ତ ଶାନ୍ତିଫେରାଇ ଆଣିବାକୁ ନିବେଦନ କରାଯାଇଥିଲା। ଦଙ୍ଗା ପ୍ରପୀଡ଼ିତ ଜନଗଣଙ୍କ ପ୍ରତି ସଂହତି ଜ୍ଞାପନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସିପିଆଇ(ଏମ) ଜିଲ୍ଲା ସମ୍ପାଦକ ତଥା ଶ୍ରମିକ ନେତା ଶରତ ଚନ୍ଦ୍ର ବେହେରା କୃଷକ ନେତା ବ୍ରଜବନ୍ଧୁ ପ୍ରଧାନ, ଯୁବନେତା ବିପିନ କୁମାର ବାଜୁ ଓ ଶୁଶାନ୍ତ ନାଏକ ପ୍ରମୁଖ ନେତୃତ୍ୱ ନେଇଥିଲେ ଓ ବକ୍ତବ୍ୟ ପ୍ରଦାନ କରିଥିଲେ।
Related posts
-
ଫାଇଲେରିଆ ନିରାକରଣ ନିମନ୍ତେ ଗଣଔଷଧ ସେବନ ଉପଲକ୍ଷେ ଜିଲ୍ଲାସ୍ତରୀୟ ସମନ୍ୱୟ କମିଟି ବୈଠକ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସଙ୍କ ସଭାପତିତ୍ୱରେ ଜିଲ୍ଲାର ଦଶପଲ୍ଲା, ନୂଆଗାଁ ଓ ଗଣିଆ... -
ଶିଶୁ ଦିବସ ଉପଲକ୍ଷେ ସ୍ୱାତୀଲଗ୍ନା ପକ୍ଷରୁ ଚିତ୍ରାଙ୍କନ ପ୍ରତିଯୋଗିତା
ନୟାଗଡ଼, (ନୟାଗଡ଼ ଦର୍ପଣ): ଶିଶୁ ଦିବସ ଉପଲକ୍ଷେ ସ୍ୱାତୀଲଗ୍ନା ଇ ପତ୍ରିକା ଆନୁକୂଲ୍ୟରେ ୧୨. ୧୧.୨୦୨୪ରିଖ ସନ୍ଧ୍ୟା ୭ଟାରେ ଅନଲାଇନ ମାଧ୍ୟମରେ... -
ନୟାଗଡ଼ରେ ବିଶାଳ ଜନସମ୍ପର୍କ ପଦଯାତ୍ରା
ବିଜେଡି ଲୋକଙ୍କ ସ୍ୱର ହୋଇ କାମ କରିବ ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନୟାଗଡ଼ ବ୍ଲକ ଓ...