ନୂଆଗାଁ,(ନୟାଗଡ଼ ଦର୍ପଣ) ସୁଦୂର ରାଜସ୍ଥାନର ସୱାଇ ମାଧପୁର ଜିଲ୍ଲା ରେଣ୍ଡିଆଲ ଗ୍ରାମର ଶ୍ରୀ ଜଗନ୍ନାଥଙ୍କ ଭକ୍ତ ବିଜୟ ଗୁରୁଜରଙ୍କୁ ନୂଆଗାଁ ବ୍ଲକ୍ ଆଞ୍ଚଳିକ ସାମ୍ବାଦିକ ସଂଘ ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି।ସୂଚନା ଥାଉକି ଦୀର୍ଘ ଛଅ ମାସ ହେବ ଦଣ୍ଡ ପ୍ରଣାମ କରି ପ୍ରାୟ ୧୫ଶହରୁ ଉର୍ଦ୍ଧ୍ବ କିମି ରାସ୍ତା ଅତିକ୍ରମ କରି ଆଜି ନୂଆଗାଁ ବ୍ଲକ୍ ଛକରେ ପହଞ୍ଚିଥିଲେ।ସେଠାରେ ଆଞ୍ଚଳିକ ସାମ୍ବାଦିକ ସଂଘର ସଦସ୍ୟ ମାନେ ଶ୍ରୀ ଜଗନ୍ନାଥଙ୍କ ଭକ୍ତ ଶ୍ରୀ ଗୁରୁଜରଙ୍କୁ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରି ଆଞ୍ଚଳିକ ସାମ୍ବାଦିକ ସଂଘ କାର୍ଯ୍ୟାଳୟକୁ ପାଛୋଟି ଆଣିଥିଲେ। କାର୍ଯ୍ୟାଳୟରେ ଶ୍ରୀ ଗୁରୁଜର କିଛି ସମୟ ବିଶ୍ରାମ ନେବା ସହ ଜଗନ୍ନାଥ ସଂସ୍କୃତି ବିଷୟରେ ସଦସ୍ୟ ମାନଙ୍କ ସହ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମରେ ଆଞ୍ଚଳିକ ସାମ୍ବାଦିକ ସଂଘର ସଦସ୍ୟ ମାନଙ୍କ ସହ ନୂଆଗାଁ ବ୍ଲକ୍ ବିଡ଼ିଓ ସଚିଦା ନନ୍ଦ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ଶ୍ରୀ ଗୁରୁଜରଙ୍କ ସହ ତାଙ୍କ ଦୁଇ ଭାଇ ଦିପେଶ ସିଂ ଗୁରୁଜର, କୈଳାସ ଗୁରୁଜର ତାଙ୍କ ଯାତ୍ରାରେ ସହଯୋଗ କରି ଆସୁଥିବା ଶ୍ରୀ ଗୁରୁଜର ପ୍ରକାଶ କରିଥିଲେ। ଆଞ୍ଚଳିକ ସାମ୍ବାଦିକ ସଂଘ ସଦସ୍ୟ ମାନଙ୍କ ଆତିଥ୍ୟତାରେ ଅତ୍ୟନ୍ତ ଖୁସି ପ୍ରକାଶ କରିଥିଲେ ଶ୍ରୀ ଜଗନ୍ନାଥଙ୍କ ଭକ୍ତ। କିଛି ସମୟ ବିଶ୍ରାମ ନେଇସାରିବା ପରେ ଶ୍ରୀ ଜଗନ୍ନାଥଙ୍କ ଭକ୍ତ ଶ୍ରୀ ଗୁରୁଜର ପୁରୀ ଅଭିମୁଖେ ଯାତ୍ରା କରିଥିଲେ।
ନୂଆଗାଁ ବ୍ଲକ୍ ଆଞ୍ଚଳିକ ସାମ୍ବାଦିକ ସଂଘ ପକ୍ଷରୁ ରାଜସ୍ଥାନର ଶ୍ରୀ ଜଗନ୍ନାଥଙ୍କ ପରମ ଭକ୍ତଙ୍କୁ ଭବ୍ୟ ସମ୍ବର୍ଦ୍ଧନା
