ଓଡ଼ଗାଁ,(ନୟାଗଡ଼ ଦର୍ପଣ): ଓଡ଼ଗାଁ ବ୍ଳକ୍ ଅନ୍ତର୍ଗତ ସରକାରୀ ଉଚ୍ଚବିଦ୍ୟାଳୟ, ରାବରାରେ କାର୍ଯ୍ୟରତ ଶିକ୍ଷକ ପ୍ରତାପ ଚନ୍ଦ୍ର ନାୟକ, ସରକାରୀ ପ୍ରାଥମିକ ବିଦ୍ୟାଳୟ, ଓଡ଼ଗାଁର ସଂଯୁକ୍ତା କୁମାରୀ ଦେଈ, ସରକାରୀ ପ୍ରାଥମିକ ବିଦ୍ୟାଳୟ, ଶାଳିଆଝରୀର କାର୍ତ୍ତିକ ପ୍ରଧାନ ଆଜି ସରକାରୀ ଶିଖା ସେବାରୁ ନିବୃତ୍ତ ହୋଇଛନ୍ତି। ନିଜ ନିଜ ବିଦ୍ୟାଳୟରେ ଏଥିପାଇଁ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ସଭାପତି ଭକ୍ତରଞ୍ଜନ ମିଶ୍ରଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସଭାରେ ସରପଞ୍ଚ କୃଷ୍ଣଚନ୍ଦ୍ର ସେନାପତି ମୁଖ୍ୟ ଅତିଥି ଏବଂ ଓଡ଼ଗାଁ କେନ୍ଦ୍ର ସମବାୟ ବ୍ୟାଙ୍କର ନିର୍ଦ୍ଦେଶକ ବିଭୁପ୍ରସାଦ ସାହୁ ସ୍ୱତନ୍ତ୍ର ଅତିଥି, ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ସୁରେଶ ଚନ୍ଦ୍ର ପ୍ରଧାନ, ସୁଶାନ୍ତ କୁମାର ବାରିକ, ଅତିରିକ୍ତ ମଣ୍ଡଳ ଶିକ୍ଷା ଅଧିକାରୀ ଭାଗ୍ୟଲତା ଦାଶ, କମଳିନୀ ବେହେରା, ରବିନ୍ଦ୍ର କୁମାର ନାୟକ, ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକ ନରେଶ ପାଣିଗ୍ରାହୀ, ଶିକ୍ଷକ ଶରତଚନ୍ଦ୍ର ଷଡ଼ଙ୍ଗୀ, ପଞ୍ଚାନନ ପଣ୍ଡା ଓ ପ୍ରତାପଚନ୍ଦ୍ର ନାୟକ ସମ୍ମାନିତ ଅତିଥି ରୂପେ ମଞ୍ଚାସୀନ ଥିଲେ।

ଏହି ଅବସରରେ ପ୍ରାରମ୍ଭରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ଗାନ କରାଯିବା ପରେ ବିଦାୟୀ ଶିକ୍ଷକଙ୍କ ବିଷୟରେ ଉପସ୍ଥିତ ଛାତ୍ର ଛାତ୍ରୀ, ଶିକ୍ଷକ, ବିଦ୍ୟାଳୟ ପରିଚାଳନା କମିଟିର ସଭ୍ୟ ସଭ୍ୟା, ଉପସ୍ଥିତ ନିମନ୍ତ୍ରିତ ଶିକ୍ଷକ ଓ ମଞ୍ଚାସୀନ ଅତିଥି ଶ୍ରୀଯୁକ୍ତ ନାୟକ ଓ ସଂଯୁକ୍ତା ଦେଈ କିପରି ଜଣେ ମେଳାପୀ, ଶିଶୁ ମାନଙ୍କୁ ଗଳ୍ପ ମାଧ୍ୟମରେ ଉତ୍ତମ ଶିକ୍ଷା ପ୍ରଦାନ କରିବା, ମାଆ ଭଳି ପିଲାମାନଙ୍କୁ ସ୍ନେହ, ବିଦ୍ୟାଳୟ ପରିବେଶ ସଫାସୁତୁରା ଓ ସମୟାନୁବର୍ତ୍ତୀତା ବିଷୟରେ ବିଭିନ୍ନ କଥା ରଖିଥିଲେ।ଉଭୟ ସେମାନଙ୍କ ଚାକିରୀ ସମୟର ଅତୀତ ଓ ବର୍ତ୍ତମାନ ର ଶିକ୍ଷା ବ୍ୟବସ୍ଥା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ସେମାନଙ୍କ ବକ୍ତବ୍ୟରେ ସମସ୍ତେ ଭାବବିହ୍ୱଳ ହେବାସହିତ ସଭିଙ୍କ ଚକ୍ଷୁ ଅଶ୍ରୁରେ ପରିପୂର୍ଣ୍ଣ ହୋଇଯାଇଥିଲା। ମଣ୍ଡଳ ଶିକ୍ଷା କାର୍ଯ୍ୟାଳୟ ତରଫରୁ ପ୍ରୋଭିଜିନାଲ ପେନସନ ପେପର ପ୍ରଦାନ କରାଯାଇଥିଲା। ସମସ୍ତଙ୍କ ଦ୍ୱାରା ଅବସର ଗ୍ରହଣ କରିଥିବା ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ପୁଷ୍ପଗୁଚ୍ଛ, ଉପଢୌକନ, ଉପହାର ଏବଂ ମାନପତ୍ର ପ୍ରଦାନ ରାଯାଇଥିଲା। ଅତିରିକ୍ତ ମଣ୍ଡଳ ଶିକ୍ଷା ଅଧିକାରୀ ତଥା ଭାରତ ସ୍କାଉଟ୍ ଏବଂ ଗାଇଡ଼ ର ରାଜ୍ୟ ସଂଯୋଜକ ରବିନ୍ଦ୍ର କୁମାର ନାୟକଙ୍କ ଦ୍ୱାରା ଉକ୍ତ ବିଦ୍ୟାଳୟକୁ କବ୍ ବୁଲବୁଲର ପଞ୍ଜିକରଣ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ପରିଶେଷରେ ମଧ୍ୟାହ୍ନ ଭୋଜନ ପରେ କମିଟିର ସଭ୍ୟ ସଭ୍ୟା, ଛାତ୍ର ଛାତ୍ରୀ, କ୍ଳଷ୍ଟରର ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଅବସର ନେଇଥିବା ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସଙ୍ଗରେ ନେଇ ସେମାନଙ୍କ ବାସଭବନରେ ସମ୍ମାନର ସହ ଛାଡି ଆସିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଦିପ୍ତିମୟୀ ନାୟକ, ମଞ୍ଜୁଲତା ସାହୁ, ରମେଶ ବୈଠାରୁ, ରଶ୍ମିତା କର, ସ୍ନେହଲତା ଷଡ଼ଙ୍ଗୀ, ରଞ୍ଜୁଲତା ଦାଶ, ରଞ୍ଜନ କୁମାର ଦାଶ, ଭାବଗ୍ରାହୀ ମହାପାତ୍ର, ସଚ୍ଚିଦାନନ୍ଦ ଦାସ, ପ୍ରହଲ୍ଲାଦ ବେହେରା, ତ୍ରିଲୋଚନ ସାମନ୍ତରା ସହଯୋଗ କରିଥିଲେ।

