ଜଣ ନୁହେଁ, ଗଣ ପତ୍ରିକା – “ମାଟିର ସ୍ୱର”

ଦଶପଲ୍ଲା,(ନୟାଗଡ଼ ଦର୍ପଣ); ସମ୍ପ୍ରତି ଦଶପଲ୍ଲାଠାରେ ମାଟିର ସ୍ୱର ଇ-ପତ୍ରିକାର ତୃତୀୟ ସଂଖ୍ୟା ଆଜି ତା ୩୧/୫/୨୩ ରିଖ ଦିନ ଶ୍ରୀମତୀ ଲୋପାମୁଦ୍ରା ମହାନ୍ତିଙ୍କ ଦ୍ୱାରା ମାଟି ମଣିଷଙ୍କ ଉଦେଷ୍ୟରେ ଆଭାସୀ ଉତ୍ସବ ମାଧ୍ୟମରେ ଲୋକାର୍ପଣ ହୋଇଯାଇଛି। ଶ୍ରୀମତୀ ସସ୍ମିତା ଦାଶ, ଢେଙ୍କାନାଳ, ଡ. ବାସନ୍ତୀ ମହାନ୍ତି, ଭୁବନେଶ୍ଵର, ମହାଶ୍ୱେତା ପଟ୍ଟନାୟକ, ଭୁବନେଶ୍ଵର, ବନ୍ଦନା ବିଶ୍ବାସ, ବାଲେଶ୍ଵର, ଡ. ଲକ୍ଷ୍ମୀପ୍ରିୟା ଦେଈ, ଦଶପଲ୍ଲା, ରୋହିତ ଜେନା, ଗଞ୍ଜାମ, ଶ୍ରୀକାନ୍ତ ପଣ୍ଡା, ଭଦ୍ରକ, ନଟବର ପ୍ରଧାନ, କଟକ, ଶ୍ରୀକାନ୍ତ ଘଡ଼ାଇ, ମୁମ୍ବାଇ, ଜ୍ଞାନ ପ୍ରକାଶ ବାରିକ, ବୌଦ୍ଧ, ଵିନୋଦ ବିହାରୀ ମହାରଣା, ଧୁଆମଡ଼ା, ବନମାଳୀ ସାହୁ ଓ ତାଙ୍କ ପରିବାର ବର୍ଗ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରି କଥା ସମ୍ରାଟ ସୁରେନ୍ଦ୍ର ମହାନ୍ତିଙ୍କ ଉଦେଶ୍ୟରେ ନିଜ ନିଜର ଶ୍ରଦ୍ଧାଂଜଳି କବିତା ଆବୃତ୍ତି କରିବା ସହିତ ମାଟିର ସ୍ୱର ପତ୍ରିକା ଓ ଅନୁଷ୍ଠାନର ପ୍ରିୟ ଗାଁ ଧୁଆମଡ଼ା ଗ୍ରାମ ର ଉଦ୍ୟମକୁ ପ୍ରଶଂସା କରି ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ। ଶ୍ରୀମତୀ ଲୋପାମୁଦ୍ରା ମହାନ୍ତି ନିଜ ବକ୍ତବ୍ୟରେ କହିଥିଲେ ଯେ – ମାଟିର ସ୍ୱର ଅନୁଷ୍ଠାନର ପ୍ରିୟ ଗାଁ ଧୁଆମଡ଼ା ଏକ ସଂସ୍କୃତି ସମ୍ପର୍ଣ୍ଣ ,
ଜ୍ଞାନ ବିଜ୍ଞାନ, ଶ୍ରଦ୍ଧା ସମ୍ମାନ ଓ ଭାଇଚାରାର ଗାଁ। ଏହି ଗାଁ ର ପରିବେଶ, ପାଠଶାଳା, କଳା, ସଂସ୍କୃତି, ଐତିହ୍ୟ, ପ୍ରତିଭା, ଦକ୍ଷତା, ପ୍ରତିଜ୍ଞା, ପ୍ରତିଷ୍ଠା, ମନ୍ଦିର, ଗ୍ରାମ୍ୟ ପୋଖରୀ, ନାଚ, ଗୀତ, ଗାଁ ଦାଣ୍ଡ, ଜାନୀ, ଯାତରା, ଗୋଷ୍ଠୀ ସମ୍ପର୍କ, ମହିଳାମାନଙ୍କ ଆଗ୍ରହ ଓ ମଧୁମାଳତୀର ମଧୁରତା ମୋତେ କରିଛି ଅଭିଭୂତ। 76 ବର୍ଷ ଭିତରେ ଦେଶ ବିଦେଶ ଅନେକ ଗାଁ ,ସହର , ବିଭିନ୍ନ ସଭା ସମିତି ମୁଁ ବୁଲୁଛି କିନ୍ତୁ ଧୁଆମଡ଼ା ଗାଁ ଅନନ୍ୟ। ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ଓ ଭିନ୍ନ ଦୃଷ୍ଟାନ୍ତ। କଥାକାର ସୁରେନ୍ଦ୍ର ମହାନ୍ତିଙ୍କ ସାହିତ୍ୟକୁ ପଢ଼ିବା ଓ ଚର୍ଚ୍ଚା କରିବା ପାଇଁ ଗ୍ରାମବାସୀଙ୍କ ଭିତରେ ଥିବା ଆଗ୍ରହ ଓ ସଦିଚ୍ଛା ଅବର୍ଣ୍ଣନୀୟ। ବୋଧହୁଏ ସୁରେନ୍ଦ୍ର ମହାନ୍ତିଙ୍କ କନ୍ୟା ଭାବେ ମୁଁ ସେ ଗାଁ ରୁ ପାଇଥିବା ସାନିଧ୍ୟ ମୋ ପାଇଁ ଅଭୁଲା। ଏଭଳି ଏକ ସାହିତ୍ୟି ପ୍ରିୟ ଗାଁକୁ ଦେଖି ,ଏଇ ଗାଁ ର କନ୍ୟା ଟିଏ ବୋଲି ନିଜକୁ ଭାବି ଗୌରବ ମନେ କରେ। ମାଟିର ସ୍ୱର ପତ୍ରିକା ଅଧିକରୁ ଅଧିକ ଲୋକଙ୍କ ପାଖରେ ପହଞ୍ଚୁ ଏବଂ ଏହାର ଉତ୍ତୋରତର ସମୃଦ୍ଧି କାମନା କରୁଛି। ମାଟିର ସ୍ୱର ଅନୁଷ୍ଠାନ ଦ୍ଵାରା ଏଭଳି ଜନ କୈନ୍ଦ୍ରିକ ସାହିତ୍ୟ କାର୍ଯ୍ୟକ୍ରମଟି ଆୟୋଜନ କରାଯାଇଥିବାରୁ ସେ ସମସ୍ତଙ୍କୁ ଧନ୍ୟବାଦ୍ ଦେଇଥିଲେ।

ଡ. ବାସନ୍ତୀ ମହାନ୍ତି ନିଜ ବକ୍ତବ୍ୟରେ କହିଥିଲେ ଯେ –
ସୁରେନ୍ଦ୍ର ମହାନ୍ତିଙ୍କ ସାହିତ୍ୟ କୃତୀ ବିଷୟରେ ଧୁଆମଡ଼ା ଗାଁ ଦାଣ୍ଡରେ ଗ୍ରାମ ବାସୀଙ୍କ ଉପସ୍ଥିତିରେ ମଧ୍ୟ ରାତ୍ରୀ ପର୍ଯ୍ୟନ୍ତ ଚର୍ଚ୍ଚା ଆଲୋଚନା ହେବାର ଦୃଶ୍ୟ ମୋ ପାଇଁ ଏକ ବିରଳ ଅନୁଭବ। ଗ୍ରାମବାସୀଙ୍କର ଏ ଉଦ୍ୟମକୁ ମୁଁ ଯଥେଷ୍ଟ ସମ୍ମାନ ଦେଉଛି। ଆଶା କରୁଛି ଏ ଗାଁ ଆହୁରି ଅନେକ ସମ୍ମାନର ଅଧିକାରୀ ହେଉ ଓ ଆଗକୁ ଆଗକୁ ଆହୁରି ବଢ଼ି ଚାଲୁ। ମାଟିର ସ୍ୱର ପତ୍ରିକା ଅଧିକ ସୁଦୂର ପ୍ରସାରୀ ହେଉ ଏହା ଆଶା କରୁଛି। ଧୂଆଁମଡାର ବନମାଳୀ ସାହୁ ତାଙ୍କ ବକ୍ତବ୍ୟରେ ଗୋଷ୍ଠୀ ପାଠଶାଳା ସୁଦୃଢ଼ୀକରଣ ପାଇଁ ସମସ୍ତଙ୍କ ସହଯୋଗ କାମନା କରିବା ସହିତ ଆସନ୍ତା ବର୍ଷ ହେବାକୁ ଯାଉଥିବା ଗ୍ରାମୀଣ ପ୍ରତିଭା ଅନ୍ଵେଷଣ କାର୍ଯ୍ୟକ୍ରମରେ ଯୋଗଦାନ କରି ଆମ ଗ୍ରାମବାସୀଙ୍କୁ ଉତ୍ସାହିତ କରିବା ପାଇଁ ସମସ୍ତଙ୍କୁ ନିବେଦନ କରିଥିଲେ।

ମାଟିର ସ୍ୱର ଅନୁଷ୍ଠାନର ସଂଯୋଜକ ପ୍ରଭାତ କୁମାର ସାହୁ ଏହାକୁ ସଂଯୋଜନା କରିବା ସହିତ ମାଟିର ସ୍ୱର ଇ – ପତ୍ରିକାର ଆଭିମୁଖ୍ୟ, ଏହାର ସଫଳତା, ପାଠକୀୟ ସ୍ଵୀକୃତି ଓ ଏ ପତ୍ରିକାର ଆବଶ୍ୟକତା, ବର୍ତ୍ତମାନ ସ୍ଥତି, ଅତୀତ ତଥା ଭବିଷ୍ୟତ ବିଷୟରେ ସୂଚନା ପ୍ରଦାନ କରିଥିଲେ ଏବଂ କହିଥିଲେ ଯେ, ମାଟିର ସ୍ୱର ଜଣ ପତ୍ରିକା ନୁହେଁ “ଗଣ ପତ୍ରିକା” ଭାବେ ତାର ସ୍ୱର ଉତ୍ତୋଳନ କରୁ।

Related posts