ଦଶପଲ୍ଲା ଥାନାରେ ଆମ ପୋଲିସ ସମିତି ବୈଠକ ଅନୁଷ୍ଠିତ

ଦଶପଲ୍ଲା,(ନୟାଗଡ଼ ଦର୍ପଣ): ଦଶପଲ୍ଲା ଥାନା ପରିସରରେ ‘ଆମ ପୁଲିସ ସମିତି’ ବୈଠକ ଅନୁଷ୍ଠିତ ହୋଇଯାଇଛି। ଥାନା ଅଧିକାରୀ ବସନ୍ତ କୁମାର ସାହୁଙ୍କ ନେତୃତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ସ୍ଥାନୀୟ ଜନ ପ୍ରତିନିଧିଙ୍କ ସମେତ ଦଶପଲ୍ଲା ଅଂଚଳର ବହୁ ବୁଦ୍ଧିଜୀବୀ ଓ ଜନସାଧାରଣ ଉପସ୍ଥିତ ଥିଲେ। ଦିନକୁ ଦିନ ଦଶପଲ୍ଲା ଅଂଚଳରେ, ଚୋରି, ରାହାଜାନୀ, ଛିନତାଇ, ନିଶା କାରବାର, ହତ୍ୟା, ମାର୍ ପିଟ୍ ଭଳି, ଅପରାଧିକ କାର୍ଯ୍ୟକଳାପ ଏବଂ ଚୋରା ଚାଲାଣ ବୃଦ୍ଧି ପାଉଥିବାରୁ ଏହା ଉପରେ ସଚେତନ ନାଗରିକ ମାନେ, ବିସ୍ତ୍ରୁତ ଆଲୋଚନା କରିଥିଲା। ବିଭିନ୍ନ କାର୍ଯ୍ୟରେ ପୁଲିସକୁ ଜନସାଧାରଣ ସହଯୋଗ କରିବା ପାଇଁ ପୋଲିସ ଅଧିକାରୀ ବସନ୍ତ କୁମାର ସାହୁ ନିବେଦନ କରିଥିଲେ । ଦଶପଲ୍ଲା ଭଳି ଏକ ଗୁରୁତ୍ବପୂର୍ଣ୍ଣ ଥାନା ଅଂଚଳର ଆଇନ୍ ଶୃଙ୍ଖଳା ପରିସ୍ଥିତିକୁ ସଠିକ୍ ଭାବରେ ପରିଚାଳିତ କରୁଥିବାରୁ ଥାନାଧିକାରୀ ବସନ୍ତ କୁମାର ସାହୁଙ୍କୁ ଉପସ୍ଥିତ ବ୍ୟକ୍ତିମାନେ ପ୍ରଶଂସା କରିବା ସହ ଧନ୍ୟବାଦ ଦେଇଥିଲେ ।

Related posts