ଖଣ୍ଡପଡାରେ ବିଜେପିର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ

ଖଣ୍ଡପଡା,(ନୟାଗଡ଼ ଦର୍ପଣ): ଖଣ୍ଡପଡା ସହରର ଶୁଭ ମଣ୍ଡପ ପରିସରରେ ନୟାଗଡ଼ ଜିଲ୍ଲା ବିଜେପିର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସଭାପତି ଲାଲା ମନୋଜ ରାୟଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବୈଠକରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଶୋକ ମିଶ୍ର, ଖଣ୍ଡପଡା ନିର୍ବାଚନ ମଣ୍ଡଳୀ ପ୍ରଭାରୀ ପ୍ରସନ୍ନ ଦାଶ, ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ତଥା ବିଜେପି ନେତା ପୂର୍ଣ୍ଣଚନ୍ଦ୍ର ନାୟକ, ବିଜେପି ନେତ୍ରୀ ସୁରମା ପାଢ଼ୀ, ଇରାନୀ ରାୟ, ପୂର୍ବତନ କନ୍ଧମାଳ ସାଂସଦ ତଥା ବିଜେପି ନେତ୍ରୀ ପ୍ରତ୍ୟୁଷା ରାଜେଶ୍ଵରୀ ସିଂଙ୍କ ସମେତ ଜିଲ୍ଲାର ବରିଷ୍ଠ ନେତୃବୃନ୍ଦ ମାନେ ଯୋଗଦେଇଥିଲେ। ଜିଲ୍ଲାର ୪ଟି ନିର୍ବାଚନ ମଣ୍ଡଳୀରେ ଦଳକୁ ତୃଣମୂଳ ସ୍ତରରୁ ସୁଦୃଢ କରିବା ସହ ଜନ ସମ୍ପର୍କ ଅଭିଯାନ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ କଲ୍ୟାଣ ଯୋଜନା ସମ୍ପର୍କରେ, ଦେଶ ଓ ରାଜ୍ୟର ପ୍ରଗତି ଫୋକସ ଓଡିଶା ସମ୍ପର୍କରେ ଲୋକମାନଙ୍କୁ ଅବଗତ କରାଇ ଜନସାଧାରଣଙ୍କ ନିକଟରତର ହେବା ପାଇଁ ବରିଷ୍ଠ ନେତାମାନେ ଦଳୀୟ କର୍ମକର୍ତ୍ତାଙ୍କୁ ପରାର୍ମଶ ଦେଇଥିଲେ। ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ଇଂ ଅର୍ଚ୍ଚନା ଦାଶଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକାରିଣୀ ବୈଠକରେ ୪ଟି ନିର୍ବାଚନ ମଣ୍ଡଳୀର ୫୦ରୁ ଉର୍ଦ୍ଧ କର୍ମୀ, ସଂଗଠକ ଓ ମଣ୍ଡଳ ସଭାପତିମାନେ ଯୋଗଦେଇଥିଲେ। ଏହି ଅବସରରେ ଖଣ୍ଡପଡା ସହରର ୬ନଂ ୱାର୍ଡ ଦାଣ୍ଡସାହିରେ ବିଜେପିର ଏକ ଶାଖା କାର୍ଯ୍ୟାଳୟ ମଧ୍ୟ ଉଦଘାଟିତ ହୋଇଥିଲା।

Related posts