ନୂଆଗାଁ,(ନୟାଗଡ଼ ଦର୍ପଣ): ନୂଆଗାଁ ବ୍ଲକ୍ ସଦର ମହକୁମାରେ ଥିବା ନୂଆଗାଁ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ନିକଟସ୍ଥ ନିର୍ମାଣଧିନ ବିଜୁ ପଟ୍ଟନାୟକ ଯୁବକ ସଂଘ ଗୃହ କାର୍ଯ୍ୟର ତଦାରଖ କରିଛନ୍ତି ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା। ଆସନ୍ତା ୨୫ ତାରିଖରେ ବିଜୁ ପଟ୍ଟନାୟକ ଯୁବକ ସଂଘ ଗୃହ ଉଦଘାଟାନ ହେବାକୁ ଯାଉଥିବାରୁ ଅବଶିଷ୍ଟ କାର୍ଯ୍ୟ ଶୀଘ୍ର ସମାପ୍ତି ଉପରେ ଗୁରୁତ୍ୱାରୋପ କରିଥିଲେ ବିଧାୟକ ଶ୍ରୀଯୁକ୍ତ ବେହେରା। ବିଧାୟକଙ୍କ ପ୍ରଚେଷ୍ଟା ଯୋଗୁଁ ନୂଆଗାଁ ବ୍ଲକରେ ବିଜୁ ପଟ୍ଟନାୟକ ଯୁବକ ସଂଘ ଗୃହ ନିର୍ମାଣ ହେବାକୁ ଯାଉଛି।
ବିଜୁ ପଟ୍ଟନାୟକ ଯୁବକ ସଂଘ ଗୃହ ତଦାରଖ କଲେ ଦଶପଲ୍ଲା ବିଧାୟକ
