ବାବା ସ୍ୱପ୍ନେଶ୍ୱରଦେବଙ୍କ ବାର୍ଷିକ ଉତ୍ସବରେ ଯୋଗଦେଲେ ବିଧାୟକ ରମେଶ ଚନ୍ଦ୍ର ବେହେରା

ନୂଆଗାଁ,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ଦୁରୁଦୁରା ଗ୍ରାମ ପଞ୍ଚାୟତ ଅଧିନରେ ଥିବା କିରିଆଲାଞ୍ଜି ଗ୍ରାମରେ ବାବା ସ୍ୱପ୍ନେଶ୍ୱର ଦେବଙ୍କ ବାର୍ଷିକ ଉତ୍ସବ ପାଳିତ ହେବା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ତଥା ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ରମେଶ ଚନ୍ଦ୍ର ବେହେରା ଯୋଗଦେଇ ବାବା ସ୍ୱପ୍ନେଶ୍ୱର ଦେବଙ୍କୁ ଦର୍ଶନ କରିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ସମ୍ମାନୀତ ଅତିଥି ଭାବେ ବ୍ଲକ୍ ଅଧ୍ୟକ୍ଷାଙ୍କ ପ୍ରତିନିଧି ଶଙ୍କର୍ଷଣ ବେହେରା, ସାଂସଦଙ୍କ ଜିଲ୍ଲା ପ୍ରତିନିଧି ସଦାଶିବ ମିଶ୍ର, ଜିଲ୍ଲା ପରିଷଦଙ୍କ ପ୍ରତିନିଧି ଦିଲ୍ଲୀପ କୁମାର ଦଳବେହେରା, ଆତ୍ମା ଅଧ୍ୟକ୍ଷ ସଞ୍ଜୟ କୁମାର ସାହୁ, ସ୍ଥାନୀୟ ସରପଞ୍ଚ ଓ ସମିତି ସଭ୍ୟାଙ୍କ ସମେତ ବରିଷ୍ଠ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ। ଅଞ୍ଚଳର ବିକାଶ ଏବଂ ପ୍ରତିଟି କାର୍ଯ୍ୟରେ ଦଶପଲ୍ଲା ବିଧାୟକଙ୍କ ଅକୁଣ୍ଠ ସାହାଯ୍ୟ, ସହଯୋଗ ଓ ଉପସ୍ଥିତି ପାଇଁ ଗ୍ରାମବାସୀ ବିଧାୟକଙ୍କୁ କୃତଜ୍ଞତା ଜଣାଇବା ସହ ଏମିତି ବିଧାୟକଙ୍କୁ ପାଇ ସମଗ୍ର ନିର୍ବାଚନ ମଣ୍ଡଳୀର ଜନସାଧାରଣ ଗୌରବାନ୍ୱିତ ମନେ କରୁଛନ୍ତି।

Related posts