ଶ୍ରୀ ଶ୍ରୀ ରଘୁନାଥ ସାରସ୍ୱତ ସଂସଦର ନୂତନ କର୍ମକର୍ତ୍ତା ଚୟନ

ଓଡ଼ଗାଁ,(ନୟାଗଡ଼ ଦର୍ପଣ): ପବିତ୍ର ଶ୍ରୀ ରଘୁନାଥ ଧାମ ଓଡ଼ଗାଁଠାରେ ଗଢ଼ି ଉଠିଥିବା ଲୋକପ୍ରିୟ ସାହିତ୍ୟ ଅନୁଷ୍ଠାନ ଶ୍ରୀ ଶ୍ରୀ ରଘୁନାଥ ସାରସ୍ୱତ ସଂସଦର ତିନି ବର୍ଷ ପୂର୍ତ୍ତି ଉପଲକ୍ଷେ ସଂସଦୀୟ ନିୟମ ଦୄଷ୍ଟିରୁ ଆଜି ନୂତନ କର୍ମକର୍ତ୍ତାମଣ୍ଡଳୀ ଚୟନ କରାଯିବା ସହ ଏକ ଜନ୍ତାଳ ଭୋଜି ଆୟୋଜିତ ହୋଇଯାଇଛି। ଉକ୍ତ ସଭାରେ ସର୍ବସମ୍ମତିକ୍ରମେ ପଞ୍ଚାନନ ପଣ୍ଡା ସଭାପତି, ଶରତଚନ୍ଦ୍ର ଷଡ଼ଙ୍ଗୀ ଓ ଭାବଗ୍ରାହୀ ମହାପାତ୍ର ଉପସଭାପତି, ରଞ୍ଜନ କୁମାର ଦାଶ ମୁଖ୍ୟ ପରିଚାଳକ, ପରମାନନ୍ଦ ସ୍ୱାଇଁ ଓ ବବିତାରାଣୀ ମହାପାତ୍ର ସହପରିଚାଳକ, ଯଶୋବନ୍ତ ପଟ୍ଟନାୟକ ସମ୍ପାଦକ, ରମାକାନ୍ତ ପ୍ରଧାନ କୋଷାଧ୍ୟକ୍ଷ, ପ୍ରହଲ୍ଲାଦ ବେହେରା ସଂଯୋଜକ, ପ୍ରିୟଦର୍ଶନୀ ମହାପାତ୍ର ସଂଯୋଜିକା ଏବଂ ରବୀନ୍ଦ୍ର କୁମାର ଘଡେଇଙ୍କୁ ଆବାହକ ରୂପେ ଚୟନ କରାଯାଇଥିଲା। ସମସ୍ତ ନୂତନ କର୍ମକର୍ତ୍ତାଙ୍କୁ ଅନୁଷ୍ଠାନର ପ୍ରତିଷ୍ଠାତା ଲୋକନାଥ ମିଶ୍ର(ଭରଦ୍ବାଜ) ଶୁଭେଚ୍ଛା ଜଣାଇବା ସହ ମୁଖ୍ୟ ଉପଦେଷ୍ଟା ପ୍ରସିଦ୍ଧ ସାହିତ୍ୟିକ ଦାଶ୍ ବେନହୁର୍, ଉପଦେଷ୍ଟା ମଣ୍ଡଳୀ ସଦସ୍ୟ ବେଣୁଧର ଦାସ, ଦିବାକର ନାୟକ, ମନୋଜ କୁମାର ନାୟକ, ଦ୍ୱିତୀକୄଷ୍ଣ ମିଶ୍ର, ପ୍ରଭାତି ପଟ୍ଟନାୟକ, କମଳିନୀ ବେହେରା ପ୍ରମୁଖ ଅଭିନନ୍ଦନ ଜଣାଇଛନ୍ତି।

Related posts