ନୟାଗଡ଼,(ନୟାଗଡ଼ ଦର୍ପଣ): ଦାମୀ କାର ଓ ଜିପରେ ଗଞ୍ଜେଇ ଫୁଲବାଣୀରୁ ଭାୟା ନୟାଗଡ଼ ଦେଇ ଭୁବନେଶ୍ୱରକୁ ଚୋରା ଚାଲାଣ ବେଳେ ନୟାଗଡ଼ରେ ଜବତ। ଗଞ୍ଜେଇ ବୋଝେଇ କାର ଓ ଜିପ ସହ ୩ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ। ଜବତ ହୋଇଥିବା ଗଞ୍ଜେଇ ପ୍ୟାକେଟର ଓଜନ ୨୨କେଜି ହୋଇଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ୫ଲକ୍ଷ ଟଙ୍କା ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି। ସୂଚନା ଅନୁଯାୟୀ ଫୁଲବାଣୀରୁ ଗଞ୍ଜେଇ ଭୁବନେଶ୍ୱରକୁ ଦିନ ବେଳେ ଚୋରା ଚାଲାଣ ହେଉଥିବା ସୁରାକ ପାଇଁ ଅବକାରୀ ବିଭାଗ ପକ୍ଷରୁ ନୟାଗଡ଼ ସହରରେ ଚଢ଼ାଉ କରାଯାଇଥିଲା। ନୟାଗଡ଼ ସହର ଦେଇ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଅବକାରୀ ବିଭାଗର କର୍ମଚାରୀଙ୍କ ହାତରେ ଧରାପଡିଲା ଗଞ୍ଜେଇ ବୋଝେଇ କାର ଏବଂ ଜିପ, ଏହା ଭିତରେ ଥିଲା ୨୨କେଜି ଗଞ୍ଜେଇ, ଏହି ଘଟଣାରେ 3 ଜଣ ଗିରଫ କରିଛି ଅବକାରୀ ବିଭାଗ, ଅଭିଯୁକ୍ତ ମାନେ ହେଲେ ରବି ଦିଗାଲ ,ଶରତ ଦିଗାଲ ,ବନିତା ଦିଗାଲ,ସମସ୍ତ ଅଭିଯୁକ୍ତ ଘର କନ୍ଧମାଳ ଅଞ୍ଚଳରେ, ସେମାନେ ଭୁବନେଶ୍ୱରରେ ରହି ବିଭିନ୍ନ ସ୍ଥାନକୁ ଗଞ୍ଜେଇ ଚାଲାଣ ବେପାର କରୁଥିବା ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି।
ନୟାଗଡ ଅବକାରୀ ବିଭାଗକୁ ସଫଳତା
