ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ ସହର ମଧ୍ୟରେ ଥିବା ଶ୍ରୀରାମ ନଗରରୁ ଲକ୍ଷାଧିକ ଟଙ୍କାର ସୁନାଗହଣା ସହ ନଗଦ ୫୦ହଜାର ଟଙ୍କା ଚୋରି ହୋଇଥିବା ରାଉନ ଥାନାରେ ଅଭିଯୋଗ ହୋଇଛି। ଦିନଦିପହରେ ଘରେ କେହି ନଥିବାର ସୁଯୋଗ ନେଇ ଦୁର୍ବୁତ୍ତମାନେ କଳାକନା ବୁଲେଇ ଦେଇଛନ୍ତି। ସୂଚନା ଅନୁସାରେ ଶ୍ରୀରାମ ନଗର କଲୋନୀରେ ରହୁଥିବା ସୁଦାମ ଚରଣ ଜେନା ଏବଂ ତାଙ୍କ ପରିବାର ଲୋକ ଘର ତାଲା ପକେଇ ବାହାରକୁ ଯାଇଥିବା ସମୟରେ ଘର ପଛପାଖ ଗ୍ରିଲ ଭାଙ୍ଗି ଘରେ ପଶିଥିଲେ ଲୁଟେରା। ଚୋରମାନେ ଘରେପଶି ଆଲମିରା ଭାଙ୍ଗି ଆଲମିରାରେ ଥିବା ପାଖାପାଖି ୨ଶହ ୫୦ଗ୍ରାମ ସୁନା ସହ ନଗଦ ପଚାଶ ହଜାର ଟଙ୍କା ନେଇଥିବା ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାଇ ଚୋରିହୋଇଥିବା ସୁନାର ଆନୁମାନିକ ମୂଲ୍ୟ ପାଖାପାଖି ୨୦ଲକ୍ଷ୍ୟ ହେବ। ପୋଲିସ ଘଟଣା ସ୍ଥଳରେ ପହଂଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଥିବାବେଳେ ସ୍ପଷ୍ଟ ଦିବାଲୋକରେ ଚୋରିକରି ଚୋରମାନେ ପୋଲିସକୁ ଖୋଲା ଚ୍ୟାଲେଞ୍ଜ କରିଛନ୍ତି। ଏହି ଘଟଣାକୁ ନେଇ ପୋଲିସଠାରୁ କୌଣସି ସୂଚନା ମିଳିପାରିନାହିଁ।
ନୟାଗଡ ସହର ଶ୍ରୀରାମ ନଗରରୁ ଲକ୍ଷାଧିକ ଟଙ୍କାର ସୁନାଗହଣା ସହ ନଗଦ ୫୦ହଜାର ଟଙ୍କା ଚୋରି
