ନୟାଗଡ଼,(ନୟାଗଡ଼ ଦର୍ପଣ): ମା’ ଦକ୍ଷିଣକାଳୀ ଭଲିବଲ କମିଟି ଆନୁକୂଲ୍ୟରେ ଆୟୋଜିତ ସପ୍ତାହ ବ୍ୟାପି ୩ୟ ଶୁଭମ ମେମୋରିଆଲ ଭଲିବଲ ଟୁର୍ଣ୍ଣାମେଣ୍ଟକୁ ସମାଜସେବୀ ପ୍ରମୋଦ ପଟ୍ଟନାୟକ ଉଦଘାଟନ କରିଛନ୍ତି । ମା’ ଦକ୍ଷିଣକାଳୀ ପଡିଆରେ ଅନୁଷ୍ଠିତ ଉକ୍ତ ଟୁର୍ଣ୍ଣାମେଣ୍ଟରେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ୧୬ଟି ଦଳ ଅଂଶ ଗ୍ରହଣ କରିବେ ବୋଲି ଆୟୋଜକ ରାଜା ପଟ୍ଟନାୟକ ଏବଂ ମାନସ ପ୍ରିତମ ସୁଚନା ଦେଇଛନ୍ତି । ଆଗାମୀ ୨୩ତାରିଖ ଦିନ ଫାଇନାଲ ମ୍ୟାଚ ହେବ ବୋଲି ଜଣାପଡିଛି ।
