ନୟାଗଡ଼,(ନୟାଗଡ଼ ଦର୍ପଣ): ଅପୋଷ ବୁଝାମଣାରେ ବହୁ ବିବାଦ ସହଜରେ ତ୍ଵରିତ ସମାଧାନ ହୋଇପାରିବ। ରଣପୁର ଥାନା ଅନ୍ତର୍ଗତ ରଙ୍କଦେଉଳି ସାହିର ପ୍ରତିମା ମୁଦୁଲି ନିଜ ସ୍ବାମୀଙ୍କ ସହିତ ପାରିବାରିକ କଳହର ଆଶୁ ସମାଧାନ ପାଇଁ ଜିଲା ଆଇନସେବା ପ୍ରାଧ୍ଵକରଣ ନୟାଗଡ଼ ଜିଲା ବୁଝାମଣା କେନ୍ଦ୍ରରେ ଆବେଦନ କରିଥିଲେ। ଏହା ପୂର୍ବରୁ ସେ ବିଭିନ୍ନ ସ୍ଥାନରେ ନିଜ ଦୁଃଖ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ପାଇପାରିନଥିଲେ। ଜିଲା ଆଇନସେବା ମାମଲା ସମାଧାନ ପ୍ରାଧିକରଣ ସଚିବ ତଥା ବରିଷ୍ଠ ବର୍ଗ ବିଚାରପତି ବିଶେଷ କୁମାର ସାହୁ ଆବେଦନକୁ ଗ୍ରହଣ କରି ତାଲିମପ୍ରାପ୍ତ ମଧ୍ୟସ୍ଥି ରମେଶ ଚନ୍ଦ୍ର ମିଶ୍ରଙ୍କୁ ମାମଲାର ଆପୋସ ବୁଝାମଣା ମାଧ୍ୟମରେ ଆଶୁ ସମାଧାନ ପାଇଁ ହସ୍ତାନ୍ତର କରିଥିଲେ। ଶ୍ରୀମିଶ୍ରଙ୍କ ଦ୍ବାରା ଉଭୟ ପକ୍ଷ ଓ ତାଙ୍କ ପରିବାର ଲୋକଙ୍କ ସହିତ ଆପୋସ ବୁଝାମଣା ମାଧ୍ୟମରେ ହୋଇପାରିଥିଲା। ଏହାଦ୍ବାରା ଭଭୟଙ୍କ ପରିବାର ବେଶ ସନ୍ତୋଷ ପ୍ରକାଶ କରିଥିଲେ।
ଆପୋଷ ବୁଝାମଣାରେ ମାମଲାର ସମାଧାନ
