ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ବ୍ଳକର ୩ୟ ଓ ୫ମ ଶ୍ରେଣୀ ସରକାରୀ ମେଧାବୃତ୍ତି ପରୀକ୍ଷା- ୨୦୨୧ ର ରେଜଲ୍ଟ ପ୍ରକାଶ ପାଇଛି। ଏହି ପରୀକ୍ଷାରେ ନୟାଗଡ଼ ଖଣ୍ଡପଡ଼ାରୋଡ ସ୍ଥିତ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପ୍ରତିବର୍ଷ ପରି ଏ ବର୍ଷ ମଧ୍ଯ ବାଜିମାତ କରିନେଇଛି।ବିଦ୍ଯାଳୟର ପଞ୍ଚମ ଶ୍ରେଣୀରେ ମେଧାବୃତ୍ତି ପରୀକ୍ଷା ଦେଇଥିବା ତିନି ଜଣ ଛାତ୍ରଛାତ୍ରୀଙ୍କ ମଧ୍ଯରୁ ପ୍ରତିଜ୍ଞା ଦାସ ଓ ସସ୍ମିତା ସାହୁ ମେରିଟ୍ ତାଲିକାରେ ଯଥାକ୍ରମେ ନୟାଗଡ଼ ବ୍ଳକରେ ପ୍ରଥମ ଓ ୩ୟ ସ୍ଥାନ ଅଧିକାର କରିଥିଲାବେଳେ ମେରିଟ୍ କମ୍ ପଭର୍ଟି ତାଲିକାରେ ଆର୍ଯନ ଅମନ ଜେନା ବ୍ଳକରେ ୩ୟ ସ୍ଥାନ ଅଧିକାର କରିଛନ୍ତି । ସେହିପରି ୩ୟ ଶ୍ରେଣୀର ତିନି ଜଣ ଶିଶୁ ପରୀକ୍ଷା ଦେଇଥିଲା ବେଳେ ମେରିଟ୍ ତାଲିକାରେ ଦୁଇ ଜଣ ସଫଳତା ହାସଲ କରିଛନ୍ତି। ଶ୍ରଦ୍ଧା ସୁମନ ବ୍ଳକରେ ଦ୍ବିତୀୟ ସ୍ଥାନ ଅଧିକାର କରିଥିଲାବେଳେ କେ. ଦେବସ୍ମିତା ୩ୟ ସ୍ଥାନ ଅଧିକାର କରିଛନ୍ତି। ବିଦ୍ଯାଳୟ ପାଇଁ ଗର୍ବ ଓ ଗୌରବ ଅର୍ଜନ କରିଥିବା ଏହି ଛାତ୍ରଛାତ୍ରୀ ମାନଙ୍କ ପାଇଁ ଆଜି ବିଦ୍ଯାଳୟ ପରିସରରେ ବିଦ୍ଯାଳୟର ପ୍ରତିଷ୍ଠାତା ସଂପାଦକ ଶ୍ରୀଧର ସାହୁଙ୍କ ଅଧ୍ଯକ୍ଷତାରେ ଏକ ଅଭିନନ୍ଦନ ସମାରୋହ ଅନୁଷ୍ଠିତ ହୋଇଯାଇଛି।

ଏହି ସମାରୋହରେ ମୁଖ୍ଯ ଅତିଥି ଭାବେ ନୟାଗଡ଼ କ୍ଲଷ୍ଟର ର ସିଆରସିସି ମନୋଜ କୁମାର ବେହେରା ଯୋଗଦେଇ ବିଦ୍ଯାଳୟର ଅଦ୍ଭୁତପୂର୍ବ ସଫଳତା ପାଇଁ ବିଦ୍ଯାଳୟର ଗୁରୁମା ଗୁରୁଜୀ ଓ ମେଧାବୃତ୍ତି ପାଇଥିବା ଶିଶୁଙ୍କର ଅଭିଭାବକ ମାନଙ୍କୁ ସାଧୁବାଦ ଜଣାଇଥିଲେ। ପ୍ରତିବର୍ଷ ଏହି ବିଦ୍ଯାଳୟ ୩ୟ ଓ ୫ମ ଶ୍ରେଣୀ ସରକାରୀ ମେଧାବୃତ୍ତି ପରୀକ୍ଷାରେ ନୟାଗଡ଼ ବ୍ଳକରେ ପ୍ରଥମ ସ୍ଥାନ ଅଧିକାର କରୁଥିବାରୁ ବିଦ୍ଯାଳୟର ଗୁରୁମା ଗୁରୁଜୀ ମାନଙ୍କୁ ଭୂୟସୀ ପ୍ରସଂଶା କରିବା ସହିତ କୃତି ଛାତ୍ରଛାତ୍ରୀ ମାନଙ୍କୁ ଗୋଲାପ ଫୁଲ ଓ ମିଠା ଖୁଆଇ ଅଭିନନ୍ଦନ ଜଣାଇଥିଲେ । ଏହି ଅଭିନନ୍ଦନ ସମାରୋହରେ ବିଦ୍ଯାଳୟର ଯୁଗ୍ମ ସଂପାଦକ ସନ୍ତୋଷ କୁମାର ନାୟକ ଓ ଗୁରୁଜୀ ଗୁରୁମା ମାନେ ଉପସ୍ଥିତ ଥିଲେ। ପରିଶେଷରେ ବିଦ୍ଯାଳୟର ପ୍ରଧାନ ଆଚାର୍ଯ୍ୟା ପ୍ରିୟମ୍ବଦା ମହାପାତ୍ର ଧନ୍ଯବାଦ ଅର୍ପଣ କରିଥିଲେ।

