ନୂଆଗାଁ,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ଅଧିନରେ ଥିବା ସିମିଳି ସାହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କ ବଦଳି ପ୍ରତିବାଦରେ ଆଜି ଛାତ୍ର ଛାତ୍ରୀ ଧାରଣରେ ବସିଥିଲେ। ସୂଚନା ଅନୁଯାୟୀ ଶିମିଳି ସାହି ଉଚ୍ଚପ୍ରାଥମିକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ଘଡେଇଙ୍କର ବଧୁଲୀପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ବଦଳି ହୋଇଛି। ସିମିଳି ସାହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ସଂଖ୍ୟା ମୋଟ ୬ଜଣ ଥିବାବେଳେ ଜଣେ ସି ଆର୍ ସି ସି ଭାବେ ଛୁଟିରେ ଅଛନ୍ତି। ଏଭଳି ସ୍ଥିତିରେ ୪ଜଣ ଶିକ୍ଷକଙ୍କ ମଧ୍ୟରୁ ପ୍ରଧାନ ଶିକ୍ଷକଙ୍କ ବଦଳି କରାଯାଇଛି। ଶ୍ରୀ ଘଡେଇ ଜଣେ ସଫଳ ଶିକ୍ଷକ ହୋଇଥିବାରୁ ତାଙ୍କ ବଦଳି ପ୍ରତିବାଦରେ ବ୍ଲକ୍ ଶିକ୍ଷା ଅଧିକାରୀ ଏବଂ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଅଭିଭାବକ ଏବଂ ଶିକ୍ଷା କମିଟି ଜଣାଇଥିଲେ ସୁଦ୍ଧା କୌଣସି ସଫଳତା ମିଳିନଥିଲା। ତେଣୁ ଛାତ୍ର ଛାତ୍ରୀ ଶିକ୍ଷକ ଶ୍ରୀ ଘଡେଇଙ୍କ ବଦଳି ପ୍ରତିବାଦରେ ବିଦ୍ୟାଳୟ ସମ୍ମୁଖରେ ଏବଂ ୫୭ ନଂ ଜାତୀୟ ରାଜପଥ ରେ ଧାରଣାରେ ବସିଥିଲେ ।
ପ୍ରଧାନ ଶିକ୍ଷକଙ୍କ ବଦଳି ପ୍ରତିବାଦରେ ଛାତ୍ର ଛାତ୍ରୀଙ୍କ ଧାରଣା
