ବ୍ଲକ ସ୍ତରୀୟ ଭଳିବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଖେଳର ମଜାନେଲେ କ୍ରୀଡ଼ାପ୍ରେମୀ
ରାଜସୁନାଖଳା,(ନୟାଗଡ଼ ଦର୍ପଣ): ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ ନେହୁରୁ ଯୁବ କେନ୍ଦ୍ର, ନୟାଗଡ଼ ଏବଂ ମହୋତ୍ସବ କମିଟି, ରାଜସୁନାଖଳାର ମିଳିତ ଆନୁକୂଲ୍ୟରେ ଏକ ବ୍ଲକ ସ୍ତରୀୟ ବନ୍ଧୁତ୍ୱପୂର୍ଣ୍ଣ ଭଳିବଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି। ଉଦଘାଟନ ଉତ୍ସବରେ ବିଶିଷ୍ଟ ସମାଜସେବୀ ଶ୍ରୀଯୁକ୍ତ ବସନ୍ତ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦାନକରି ମ୍ୟାଚକୁ ଉଦଘାଟନ କରିଥିବା ବେଳେ ମୁଖ୍ୟ ବକ୍ତା ଭାବେ ଏନ.ୱାଇ.କେ.ଏସ.ର କାର୍ଯ୍ୟକ୍ରମ ସଂଯୋଜକ ଶ୍ରୀଯୁକ୍ତ ଅଶୋକ କୁମାର ବେହେରା ଯୋଗଦାନ କରି କ୍ରୀଡ଼ାବିତ ମାନଙ୍କୁ ଉତ୍ସାହିତ କରିଥିଲେ। ସମ୍ମାନିତ ଅତିଥିଭାବେ ସମାଜସେବୀ ସବ୍ୟସାଚୀ ସେନାପତି, ଆଶିଷ ପ୍ରହରାଜ, ଶତ୍ରୁଘ୍ନ ସାହୁ ପ୍ରମୁଖ ଯୋଗଦାନ କରିଥିଲେ। ଉକ୍ତ ମ୍ୟାଚରେ ସର୍ବମୋଟ ୮ଟି ଦଳ ଅଂଶ ଗ୍ରହଣ କରିଥିବାବେଳେ ଫାଇନାଲ ମ୍ୟାଚରେ ଗୋଡ଼ିଆଳି କୁ ହରାଇ ମାଣିକଗୋଡ଼ା ଦଳ ବିଜେତା ହୋଇଥିଲା। ଉଦଯାପନ ସମାରୋହରେ ରାଜସୁନାଖଳା ମହୋତ୍ସବ କମିଟି ଅଧ୍ୟକ୍ଷ ତଥା ଯୁବ ସାମ୍ବାଦିକ ଆର୍ତ୍ତତ୍ରାଣ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ବିଶିଷ୍ଟ ସମାଜସେବୀ ତଥା ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଆଡଭୋକେଟ ଗିରିଜାକାନ୍ତ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ବିଜେତା ଦଳକୁ ପୁରଷ୍କୃତ କରିଥିଲେ। ନୟାଗଡ଼ ଜିଲ୍ଲାର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଅନନ୍ୟା ଫାଉଣ୍ଡେସନର ଅଧ୍ୟକ୍ଷ ଆଶୁତୋଷ ଦାସ ଏବଂ ରଣପୁରବ୍ଲକ ଏନୱାଇକେଏସ ଅପର୍ଣ୍ଣା ମିଶ୍ରଙ୍କ ସମେତ ନିରଞ୍ଜନ ହୋତା,ସନ୍ତୋଷ ପ୍ରଧାନ ପ୍ରମୁଖ ସହଯୋଗ କରିଥିବାବେଳେ ମହୋତ୍ସବ କମିଟି ସମ୍ପାଦକ ତଥା ଯୁବ ସମାଜସେବୀ ଚିତ୍ତରଞ୍ଜନ ପ୍ରଧାନ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବାବେଳେଶେକ ଅବଦୁଲ ରଫିଦ ଏବଂ ପରୀକ୍ଷିତ ସାହୁ ରେଫରୀ ଭାବେ ମ୍ୟାଚ ପରିଚାଳନା କରିଥିଲେ।ତେବେ ଏକ ଦିବସୀୟ ଏହି ବ୍ଲକ ସ୍ତରୀୟ ଭଲିମ୍ୟାଚ କୁ କ୍ରୀଡ଼ାପ୍ରେମୀ ମାନେ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ପ୍ରଚଣ୍ଡ ଜାଡ଼କୁ ଖାତିର ନକରି ଉପଭୋଗ କରୁଥିବାର ଦେଖିବାକୁ ମିଳିଥିଲା।

Related posts