ଓଡ଼ଗାଁ ରଘୁନାଥ ମନ୍ଦିର ପରିସରରେ ଏଟିଏମ୍ ଖୋଲିବାକୁ ପୂଜକ ସଂଘର ଦାବି

ଓଡ଼ଗାଁ,(ନୟାଗଡ଼ ଦର୍ପଣ): ଓଡ଼ଗାଁରେ ଶ୍ରୀ ରଘୁନାଥଜୀଉଙ୍କ ମନ୍ଦିର ପରିସରରେ ଶ୍ରଦ୍ଧାଳୁଙ୍କ ସୁବିଧା ନିମନ୍ତେ ଭାରତୀୟ ଷ୍ଟେଟ ବ୍ୟାଙ୍କ ପକ୍ଷରୁ ଏଟିଏମ୍ ଖୋଲିବାକୁ ଦାବି ହେଉଛି। ଏନେଇ ଆଜି ପୂଜକ ପରିଷଦ, ସୁଆର ପରିଷଦଙ୍କ ପକ୍ଷରୁ ସହକାରୀ ମହାପ୍ରବନ୍ଧକଙ୍କ ଉଦ୍ଦେଶ୍ୟରେ ଓଡ଼ଗାଁ ଶାଖା ପରିଚାଳକଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।ଶ୍ରୀଜିଉଙ୍କ ମନ୍ଦିରକୁ ଓଡ଼ିଶାର କୋଣ ଅନୁକୋଣରୁ ଯାତ୍ରୀମାନଙ୍କ ସୁଅ ଛୁଟିଥାଏ । ଅନେକ ସମୟରେ ଯାତ୍ରୀ ଟଙ୍କା ଦେଣ ନେଣ ପାଇଁ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ମନ୍ଦିରଠାରୁ ୧ କିଲୋମିଟର ଯିବା ପରେ ଆଉ ଏକ ଏଟିଏମ୍ ଥିଲେ ମଧ୍ୟ ସେଠାରେ ସବୁବେଳେ ଭିଡ଼ ଲାଗିଥାଏ। ତେଣୁ ଯାତ୍ରୀମାନଙ୍କ ସୁବିଧା ପାଇଁ ମନ୍ଦିର ପରିସରରେ ଷ୍ଟେଟ୍ ବ୍ୟାଙ୍କ ଏଟିଏମ୍ ଖୋଲିବାକୁ ମନ୍ଦିର ପରିଷଦ, ସୁଆର ପରିଷଦ ମହାପ୍ରବନ୍ଧକଙ୍କ ଉଦ୍ଦେଶ୍ୟରେ ଓଡ଼ଗାଁ ଶାଖା ପରିଚାଳକ ସନ୍ତୋଷ କୁମାର ସେଠୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଏଥିରେ ମନ୍ଦିର ପରିଚ୍ଛା ହରିବନ୍ଧୁ ଷଡ଼ଙ୍ଗୀ, ସାଧାରଣ ସମ୍ପାଦକ କାର୍ତ୍ତିକ ପଣ୍ଡା, ପୂଜକ ପରିଷଦ ସଭାପତି ପ୍ରଫୁଲ୍ଲ କୁମାର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

Related posts