ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ସଦର ପୋଲିସ ଦ୍ୱାରା ୩୨୦ ପ୍ୟାକେଟ ଦେଶୀ ମଦ ଜବତ, ଜଣେ ଗିରଫ। ସୂଚନା ଅନୁସାରେ ନୟାଗଡ଼ ଥାନା ଅଞ୍ଚଳର ବୋଦାପଡ଼ା ଗ୍ରାମ କେନାଲ ରୋଡର ଶତ୍ରୁଘ୍ନ ପରିଡା (୫୦ ବର୍ଷ)ଙ୍କ ଦେଶୀ ମଦ ବିକ୍ରି କରୁଥିବା ସୂଚନା ପାଇ ପୋଲିସ ଚଢ଼ାଉ କରିଥିଲା। ଚଢ଼ଉବେଳେ ଶତ୍ରୁଘ୍ନ ନିକଟରୁ ୧୦୦ଏମ.ଏଲ ଵାଲା ୩୨୦ପ୍ୟାକେଟ ଅର୍ଥାତ ୩୨ଲିଟର ଦେଶୀ ମଦ ଜବତ କରିବା ସହ ଶତ୍ରୁଘ୍ନକୁ ଗିରଫ କରାଯାଇଛି। ସଦର ପୋଲିସ ୧୯୪/୨୧U/S-52(a) ଅବକାରୀ ଆଇନ ଅନୁଯାୟୀ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ଦୀପକ ଖଣ୍ଡାୟତରାୟ ସୂଚନା ଦେଇଛନ୍ତି।
ବୋଦାପଡ଼ାରୁ ୩୨୦ପ୍ୟାକେଟ ଦେଶୀ ମଦ ଜବତ, ଜଣେ ଗିରଫ
