ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ସହରସ୍ଥିତ ପୁରୁଣା ଜେଲ ସମ୍ମୁଖରେ ଥିବା ନିର୍ମଳା ଗେଷ୍ଟ ହାଉସରେ ଅନୈତିକ କାର୍ଯ୍ୟ ଚାଲିଥିବା ନେଇ ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ନୟାଗଡ଼ ଟାଉନ ପୋଲିସ ଚଢ଼ାଉ କରିଥିଲା। ଏହି ଚଢ଼ାଉ ବେଳେ ଗେଷ୍ଟ ହଉସରୁ ଜଣେ ଯୁବତୀଙ୍କ ସହିତ ଦୁଇ ଯୁବକଙ୍କୁ ଗିରଫ କରିବା ସହ ବିଭିନ୍ନ ଆପତ୍ତିଜନକ ଜିନିଷ ମିଳିଥିବା ଜଣାପଡିଛି। ନୟାଗଡ଼ ଅଞ୍ଚଳର ଯୁବତୀ ଜଣଙ୍କ ହୋଇଥିବା ବେଳେ ଗ୍ରାହକ ହେଲେ ନୟାଗଡ଼ ଦେଉଳପଲ୍ଲୀ ଅଞ୍ଚଳର ରାକେଶ କୁମାର ପ୍ରଧାନ(୨୭ବର୍ଷ) ଏବଂ ଅନ୍ୟ ଜଣେ ହେଲେ ଗେଷ୍ଟ ହାଉସ ମ୍ୟାନେଜର ନୟାଗଡ଼ ରାମେଶ୍ୱର ସାହିର ଦୀପକ କୁମାର ମହାପାତ୍ର। ଦୁହିଁଙ୍କୁ ନୟାଗଡ଼ ଟାଉନ ପୋଲିସ ଗିରଫ କରିଥିବା ବେଳେ ସମ୍ପୃକ୍ତ ଯୁବତୀଙ୍କୁ ଏକ ସର୍ଟ ଷ୍ଟେ ହୋମରେ ରଖିଛି। ରାକେଶ ଠାରୁ ୨୮୦୦ଟଙ୍କା, ଏକ ମୋବାଇଲ ଫୋନ ସହ ହୋଣ୍ଡା ମୋଟର ସାଇକେଲ ଜବତହୋଇଛି। ମ୍ୟାନେଜର ଦୀପକ ଠାରୁ ୫୫୯୦ଟଙ୍କା ସହ ଏକ ଗାଡି ଜବତ କରିଛି ପୋଲିସ। ନୟାଗଡ଼ ଟାଉନ ପୋଲିସ ୨୬୧/୨୧ରେ ଏକ ମାମଲା ରୁଜୁ କରିବା ସହ ଆସନ୍ତାକାଲି ଡାକ୍ତରୀମାଇନା ପରେ କୋର୍ଟ ଚାଲାଣ କରାଯିବ ବୋଲି ଟାଉନ ଥାନା ଅଧିକାରିଣୀ ପ୍ରଜ୍ଞା ପାରମିତା ଜେନା ସୂଚନା ଦେଇଛନ୍ତି।
Related posts
-
ବ୍ଲକସ୍ତରୀୟ ନିପୁଣ ଓଡ଼ିଶା ମେଳା ଅନୁଷ୍ଠିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ବ୍ଲକ ସ୍ତରୀୟ ନିପୁଣ ଓଡ଼ିଶା ମେଳା-୨୦୨୫ ବ୍ରଜେନ୍ଦ୍ର ହାଇସ୍କୁଲ, ନୟାଗଡ଼ ଠାରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମରୁ ତୃତୀୟ... -
ପଞ୍ଚୁପାଣ୍ଡବ ମହୋତ୍ସବର ଦ୍ଵିତୀୟ ସନ୍ଧ୍ୟାରେ ମନମୋହିଲା ସାନ ବଡ଼ ଘୁଡୁକା ଲୋକନୃତ୍ୟ ଏବଂ ନୂଆଗାଁ ବନ୍ଦନା
ନୂଆଗାଁ, (ନୟାଗଡ଼ ଦର୍ପଣ): ନୂଆଗାଁ ବ୍ଲକର କଳା, ଐତିହ୍ୟ, ସଂସ୍କୃତି ଏବଂ ପରମ୍ପରାକୁ ନେଇ ପଞ୍ଚୁପାଣ୍ଡବ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା-୨୦୨୫ର... -
ନୂଆଗାଁ ବ୍ଲକର କଳା, ଐତିହ୍ୟ, ସଂସ୍କୃତି ଏବଂ ପରମ୍ପରାକୁ ନେଇ ପଞ୍ଚୁପାଣ୍ଡବ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା
February 3, 2025 Jajati Comments Off on ନୂଆଗାଁ ବ୍ଲକର କଳା, ଐତିହ୍ୟ, ସଂସ୍କୃତି ଏବଂ ପରମ୍ପରାକୁ ନେଇ ପଞ୍ଚୁପାଣ୍ଡବ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳାନୂଆଗାଁ,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକର କଳା, ଐତିହ୍ୟ, ସଂସ୍କୃତି ଏବଂ ପରମ୍ପରାକୁ ନେଇ ପଞ୍ଚୁପାଣ୍ଡବ ମହୋତ୍ସବ ଓ ପଲ୍ଲିଶ୍ରୀ...