ନୟାଗଡ଼,(ନୟାଗଡ଼ ଦର୍ପଣ): ସମାଜସେବା କ୍ଷେତ୍ରରେ ନୟାଗଡ଼ ଜିଲ୍ଲାର କୋଣ ଅନୁକୋଣରେ ପରିଚିତ ଲାଭ କରିଥିବା ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ “ଅନନ୍ୟା ଫାଉଣ୍ଡେସନ”ର ସଦସ୍ୟମାନେ ମନୋରଞ୍ଜନ ଧର୍ମୀ ଓଡ଼ିଆ ଚ୍ୟାନେଲର ଲୋକପ୍ରିୟ ଧାରାବାହିକ “ଜିତିବ ଓଡ଼ିଶା”ରେ ଅଂଶଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଓଡ଼ିଆ ସିନେମା ଜଗତର ସୁପରଷ୍ଟାର ସବ୍ୟସାଚୀ ମିଶ୍ରଙ୍କ ଠାରୁ ଅନନ୍ୟା ଫାଉଣ୍ଡେସନର ସଦସ୍ୟମାନେ କୋଡିଏ ହଜାର ଟଙ୍କାର ଏକ ମାଈକ୍ରୋଓଭନ୍, ପାଞ୍ଚ ହଜାର ଟଙ୍କାର ଗିଫ୍ଟ ଭାଉଚର୍, ଦଶ ହଜାର ଟଙ୍କାର ଡାକ୍ତରୀ ଚିକିତ୍ସା ପାଇଁ କୁପନ୍ ଏବଂ ଦଶ ହଜାର ଟଙ୍କାରୁ ଉର୍ଦ୍ଧ୍ବ ମୂଲ୍ୟର ରାଶନ ସାମଗ୍ରୀ ବିଭିନ୍ନ ଖେଳ ମାଧ୍ୟମରେ ଜିତିଛନ୍ତି। ଏହି ଶୋ ମାଧ୍ୟମରେ ଜିତିଥିବା ସମସ୍ତ ସାମଗ୍ରୀ ଓ ଅର୍ଥ ରାଶି ଅସହାୟ ନିରାଶ୍ରୟ ବ୍ୟକ୍ତି ବିଶେଷଙ୍କୁ ପ୍ରଦାନ କରାଯିବ ବୋଲି ଅନନ୍ୟା ଫାଉଣ୍ଡେସନ୍ ପକ୍ଷରୁ ସୂଚନା ଦିଆଯାଇଛି। ଏହି କାର୍ଯ୍ୟକ୍ରମରେ ଅନନ୍ୟା ଫାଉଣ୍ଡେସନ ତରଫରୁ ବେଣୁ ଲେଙ୍କା, ଶୁରେଶ ସାଥୁଆ, ଦେବାଶିଷ, ସନ୍ତୋଷ, ଲକ୍ଷ୍ମୀଧର, ବଣ୍ଟି, କାହ୍ନା ସ୍ୱାଇଁ ଏବଂ ଆଶୁତୋଷ ପ୍ରମୁଖ ଯୋଗ ଦେଇଥିଲେ। ଏହି ଧାରାବାହିକ ଖୁବ ଶୀଘ୍ର ତରଙ୍ଗ ଚ୍ୟାନେଲରେ ପ୍ରସାରିତ ହେବ ବୋଲି ସୂଚନା ମିଳିଛି।
