ପୁଣି ଏକ ନାବାଳିକା ବିବାହ ଅଟକାଇଲା ନୟାଗଡ଼ ଚାଇଲଡ଼ ଲାଇନ

ନୟାଗଡ଼,(ନୟାଗଡ଼ ଦର୍ପଣ): ଗୋଟିଏ ସପ୍ତାହ ମଧ୍ୟରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ୨ଟି ବାଲ୍ୟ ବିବାହ ବନ୍ଦ କରିଥିବା ବେଳେ ଆଜି ପୁଣି ଏକ ବାଲ୍ୟ ବିବାହ ବନ୍ଦ କରିବାରେ ସଫଳ ହୋଇଛି ନୟାଗଡ଼ ଚାଇଲ୍ଡଲାଇନ୍। ବାଲ୍ୟବିବାହ ନିଷେଧ ଅଧିକାରୀ ଓ ଚାଇଲଡ ଲାଇନ୍ ଏବଂ ଟାଉନ ଥାନା ପୋଲିସ ମିଳିତ ଭାବରେ ନୟାଗଡ ବ୍ଲକ ଚଣ୍ଡୀବସ୍ତ ଗ୍ରାମରେ ଏକ ନାବାଳିକା ବିବାହକୁ ରୋକିଛନ୍ତି। ସୂଚନାନୁସାରେ, ଚଣ୍ଡୀବସ୍ତ ଗ୍ରାମର ଏକ ୧୫ ବର୍ଷିୟା ନାବାଳିକା ସହ ତାଙ୍କ ପରିବାର ଲୋକ ଖମାରସାହି ଗ୍ରାମର ଲଡୁ ପେଣ୍ଠେଇଙ୍କ ପୁଅ ଯିଏ କି ଓଡିଶା ବାହାରେ ରହି ସୁତା କମ୍ପାନୀରେ କାର୍ଯ୍ୟ କରୁଥିବା ପାଣି ପେଣ୍ଠେଇ(୩୨)ଙ୍କ ସହ ବିବାହ ସ୍ଥିର କରିଥିଲେ । ଆଜି ମଙ୍ଗନ ହୋଇଥିବା ବେଳେ ଆସନ୍ତାକାଲି ବିବାହ ହୋଇଥାନ୍ତା। କିନ୍ତୁ ତା ପୂର୍ବରୁ ନୟାଗଡ଼ ସିଡିପିଓ ଲକ୍ଷ୍ମୀ ଦାଶ ବିଶେଷ ସୁତ୍ରରୁ ଖବର ପାଇ ଚାଇଲ୍ଡ ଲାଇନର ସଦସ୍ୟଙ୍କ ସହ ଯୋଗାଯୋଗ କରି ଟାଉନ ଥାନା ପୁଲିସର ସହାୟତା ନେଇ ନାବାଳିକାର ଘରେ ପହଞ୍ଚିଥିଲେ । ତେବେ ପରିବାର ଲୋକଙ୍କ ଠାରୁ ନାବାଳିକାକୁ ଉଦ୍ଧାର କରି ଆଣି ଜିଲ୍ଲା ଶିଶୁ ମଙ୍ଗଳ ସମିତିରେ ହାଜର କରାଯାଇଥିଲା । ପରେ ନାବାଳିକାକୁ ତପସ୍ୟା ଶିଶୁ ଗୃହରେ ରଖାଯାଇଛି । ଉକ୍ତ କାର୍ଯ୍ୟରେ ସିଡିପିଓଙ୍କ ସହ ଚାଇଲ୍ପ ଲାଇନର ସଦସ୍ୟ ଚନ୍ଦ୍ରଶେଖର ବେହେରା, ସୁଜାତା ବେହେରା ଓ ଟାଉନ ଥାନା ପୁଲିସ୍ ଉପସ୍ଥିତ ଥିଲେ ।

Related posts