‘ସେବା’ ପ୍ରାଙ୍ଗଣରେ ‘ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ-୨୦୨୧’ ପାଳିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ, ନୟାଗଡ଼ ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ସେବା ପ୍ରାଙ୍ଗଣରେ ‘ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ’ ପାଳିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ବିଭାଗର ସମ୍ପାଦକ ଶ୍ରୀମତୀ ରଞ୍ଜୁଲତା ଲେଙ୍କା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ‘ସେବା’ର ଉପସଭାପତି ଶ୍ରୀଯୁକ୍ତ ସଞ୍ଜୟ କୁମାର ସୁବୁଦ୍ଧି ସମ୍ମାନିତ ଅତିଥିଭାବେ ଯୋଗଦେଇଥିଲେ। ଅନ୍ୟତମ ଅତିଥି ରୂପେ ସେବା ମାନସିକ ଅନଗ୍ରସର ବିଦ୍ୟାଳୟର ଅଧକ୍ଷ ଶ୍ରୀଯୁକ୍ତ ବୈକୁଣ୍ଠ ନାଥ ମହାପାତ୍ର ଓ ‘ସେବା’ ଶିକ୍ଷକ ପ୍ରଶିକ୍ଷଣ କେନ୍ଦ୍ରର ସଂଯୋଜିକା ଶ୍ରୀମତି ସରସ୍ଵତୀ ମହାପାତ୍ର ଯୋଗ ଦେଇଥିଲେ। ମାନସିକ ଅନଗ୍ରସର ଶିଶୁମାନେ ଏହି ସମାଜରେ ସମାନ ଭାବେ ବଞ୍ଚିବାର ଅଧିକାର ରହିଥିବା କଥା ଶ୍ରୀମତି ରଞ୍ଜୁଳତା ଲେଙ୍କା ତାଙ୍କ ବକ୍ତବ୍ୟରେ ବୁଝାଇଥିଲେ। ଦିବ୍ୟାଙ୍ଗ ଶିଶୁମାନେ ଅକ୍ଷମ ନୁହନ୍ତି ସେମାନେ ଅନେକ କ୍ଷେତ୍ରରେ କ୍ଷମ ବୋଲି ଶ୍ରୀ ସଞ୍ଜୟ କୁମାର ସୁବୁଦ୍ଧି ମତ ଦେଇଥିଲେ। ଉକ୍ତ କାର୍ଯକ୍ରମରେ ସେବାର କର୍ମଚାରୀ ବନିତା ମଲ୍ଲିକ, ସରିତା ଆଚାର୍ଯ୍ୟ, ଆଶୀର୍ବାଦ ଚୌଧୁରୀ, ସୌମ୍ୟ ରଂଜନ ପଣ୍ଡା ଓ ସାଗରିକା ସାହୁ ସହଯୋଗ କରିଥିଲେ । ସଂପୂର୍ଣ୍ଣ କାର୍ଯକ୍ରମଟି ସେବାର ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ଅମରେନ୍ଦ୍ର କୁମାର ଦାସ ପରିଜାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସମ୍ପାଦିତ ହୋଇଥିଲା।

Related posts