ଜିଲ୍ଲାରେ ଜିରୋ କାଜୁଆଲିଟିକୁ ଗୁରୁତ୍ୱ ଦେଲେ ଜିଲ୍ଲାପାଳ

ନୟାଗଡ଼,(ନୟାଗଡ଼ ଦର୍ପଣ): ଆସନ୍ତା ୪ ଓ ୫ତାରିଖରେ ବାତ୍ୟା ‘ଜୱାଦ’ର ପ୍ରଭାବ ଦେଖିବାକୁ ମିଳିବ । ଓଡ଼ିଶାର କିଛି ଜିଲ୍ଲାରେ ଏହାର ପ୍ରଭାବ ଦେଖାଇବ । ପ୍ରବଳ ଜୋରରେ ବର୍ଷା ହେବା ସହିତ ପବନର ଗତି ଯୋର ରହିବ । ଏହାକୁ ନେଇ ରାଜ୍ୟ ସରକାର ସମସ୍ତ ଜିଲ୍ଲାପାଳ ମାନଙ୍କୁ ସଜାଗ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି ନୟାଗଡ଼ ଜିଲ୍ଲାପାଳ ଡ.ପୋମା ଟୁଡୁ ଭର୍ଚୁଆଲ ମାଧ୍ୟମରେ ଜିଲ୍ଲାର ସମସ୍ତ ବିଭାଗର ଅଧିକାରୀ ମାନଙ୍କୁ ସଜାଗ ରହିବା ପାଇଁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ।ମୁଖ୍ୟତଃ ଜିଲ୍ଲାରେ ଜିରୋ କାଜୁଆଲଟିକୁ ଗୁରୁତ୍ୱ ଦିଆଯାଇଛି । କୃଷି ଅଧିକାରୀ, ଉଦ୍ୟାନ ବିଭାଗ କର୍ମଚାରୀ ଚାଷୀ ମାନଙ୍କ ପାଖରେ ପହଞ୍ଚି କୃଷକମାନଙ୍କୁ ସଚେତନତା କରାଇବା ପାଇଁ କୁହାଯାଇଛି । ପନିପରିବା ଚାଷ ଯେପରି ନଷ୍ଟ ନହେବ, ଯଥାଶୀଘ୍ର ରାସ୍ତାଘାଟ କିପରି କ୍ଲିଅର ରହିବ, ବିଦ୍ୟୁତ ବିଭାଗର ଷ୍ଟୋରେଜ ବ୍ୟବସ୍ଥା କରିବା ପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି। ଏଥିସହିତ ଜିଲ୍ଲାରେ କେତେକ ବିଭାଗକୁ ନେଇ ବିଭିନ୍ନ କମିଟି ଗଠନ କରାଯାଇଛି । ଅଗ୍ନିସମ ବିଭାଗ ସଜାଗ ରହିବା ପାଇଁ ପରାମର୍ଶ ଦିଆଯାଇଛି। ସେହିପରି ଯୋଗାଣ ବିଭାଗ ସମ୍ଭାବନା ଥିବା ବାତ୍ୟା ଅଞ୍ଚଳରେ ଖାଦ୍ୟ ସାମଗ୍ରୀ ମହଜୁଦ ରଖିବା ପାଇଁ ନିର୍ଦେଶ ଦିଆଯାଇଛି । ଜିଲ୍ଲାର ସମସ୍ତ ବିଭାଗର ଅଧିକାରୀମାନେ ସଜାଗ ରହିବା ପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ଆଜିର ଭର୍ଚୁଆଲ ବୈଠକରେ ନୟାଗଡ଼ ଅତିରିକ୍ତ ଜିଲ୍ଲାପାଳ ବିଧାନ ଚନ୍ଦ୍ର ରାୟ, ନୟାଗଡ଼ ପ୍ରକଳ୍ପ ନିର୍ଦ୍ଦେଶକ ସୁବାଷ ଚନ୍ଦ୍ର ରାୟ, ନୟାଗଡ଼ ଉପ ଜିଲ୍ଲାପାଳ ଲଗ୍ନଜିତ ରାଉତ ପ୍ରମୁଖ ଭର୍ଚୁଆଲ ବୈଠକରେ ସାମିଲ ହୋଇଥିଲେ । ଜିଲ୍ଲାର ସମସ୍ତ ତହସିଲଦାର, ବିଡିଓଙ୍କ ସମେତ ସମସ୍ତ ବିଭାଗର ଅଧିକାରୀମାନେ ସାମିଲ ହୋଇଥିଲେ ।

Related posts