ଏନ.ସି.ଏସ.ସି ପ୍ରତିଯୋଗିତାରେ ନୟାଗଡ଼ ଏନ.ଏ.ସି ହାଇସ୍କୁଲର ଛାତ୍ର ଜିଲ୍ଲାରେ ପ୍ରଥମ

ନୟାଗଡ଼,(ନୟାଗଡ଼ ଦର୍ପଣ): ୨୯ତମ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସ-୨୦୨୧ ପରିପ୍ରେକ୍ଷୀରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରେ ନୟାଗଡ଼ ଏନଏସି ହାଇସ୍କୁଲର ଅଷ୍ଟମ ଶ୍ରେଣୀ ଛାତ୍ର ଜିତ୍ ଜୟପ୍ରକାଶ ବେହେରା ପ୍ରଥମ ସ୍ଥାନ ଅଧିକାର କରି ରାଜ୍ୟସ୍ତରୀୟ ପ୍ରତିଯୋଗୀତାରେ ଅଂଶ ଗ୍ରହଣ କରିବା ପାଇଁ ଜିଲ୍ଲାରୁ ମନୋନୀତ ହୋଇଛନ୍ତି । ଗତ ୨୨ ତାରିଖରେ ଓଡ଼ଗାଁ ବ୍ଲକ ଅନ୍ତର୍ଗତ ସୋଲପଟା ହାଇସ୍କୁଲ ଠାରେ ଅନୁଷ୍ଠିତ ଏହି ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରେ ଜିଲ୍ଲାର ୮ଟି ବ୍ଲକ ଏବଂ ୪ଟି ଏନଏସି ଅନ୍ତର୍ଗତ ବିଭିନ୍ନ ବିଦ୍ୟାଳୟରୁ ୫୧ ଜଣ ପ୍ରତିଯୋଗୀ ସେମାନଙ୍କ ବିଜ୍ଞାନ ପ୍ରକଳ୍ପ ସହିତ ଅଂଶ ଗ୍ରହଣ କରିଥିଲେ । ତେବେ ଏନଏସି ହାଇସ୍କୁଲର ଛାତ୍ରଙ୍କ ପ୍ରକଳ୍ପ ବେଶ ଉଚ୍ଚ ପ୍ରଶଂସିତ ହୋଇଥିବା ବେଳେ ବିଚାରକ ମଣ୍ଡଳୀ ଦ୍ୱାରା ପ୍ରଥମ ସ୍ଥାନ ହାସଲ କରି ରାଜ୍ୟ ସ୍ତରରେ ଅଂଶ ଗ୍ରହଣ ପାଇଁ ମନୋନୀତ ହୋଇଛି । ଗାଇଡ ଶିକ୍ଷିକା ପୂର୍ଣ୍ଣିମା ତ୍ରିପାଠୀଙ୍କ ପ୍ରତ୍ୟକ୍ଷ ତତ୍ୱବଧାନ ତଥା ଛାତ୍ର ଜିତ୍ ଜୟପ୍ରକାଶଙ୍କ ଏହି କୃତିତ୍ୱ ପାଇଁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କୈଳାସ ଚନ୍ଦ୍ର କର, ଶିକ୍ଷକ ଲକ୍ଷ୍ମୀଧର ସାହୁ, ନବଜ୍ୟୋତି ମହାପାତ୍ର, କୈଳାସ ରଥ, ଉମାକାନ୍ତ ମିଶ, ମମତା ମିଶ୍ର, ରସିଦା ଖାତୁନ, ରୋଜାଲିନ ମିଶ୍ର, ରୀନାମାଳି ଦେଇ, ଅନସୂୟା ମିଶ୍ର, କାଦମ୍ବିନୀ କରଣ ବିଦ୍ୟାଳୟ ପରିଚାଳନା କମିଟିର ସମସ୍ତ ସଦସ୍ୟ ତଥା ଅଭିଭାବକମାନେ ଉଭୟ ଗାଇଡ ଶିକ୍ଷିକା ଏବଂ ଛାତ୍ରଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

Related posts