ଅଳ୍ପକେ ବର୍ତ୍ତିଲେ ଚାରି ବର୍ଷର ଶିଶୁପୁତ୍ର ଓ ଚାଳକ
ରାଜସୁନାଖଳା,(ନୟାଗଡ଼ ଦର୍ପଣ): ଖୋର୍ଦ୍ଧା ବଲାଙ୍ଗୀର ୫୭ନଂ ଜାତୀୟ ରାଜପଥରେ ନୟାଗଡ଼ ଜିଲ୍ଲା ରାଜସୁନାଖଳା ନିକଟବର୍ତ୍ତୀ ବିନୋଦପଡା ଛକ ଠାରୁ ଅଳ୍ପ ଦୂରରେ ଭୁବନେଶ୍ୱର ଆଡୁ ନୟାଗଡ଼ ଅଭିମୁଖେ ଦ୍ରୁତଗତିରେ ଆସୁଥିବା ଏକ ଅଟୋ ରିକ୍ସା ଭାରସାମ୍ୟ ହରାଇ ଓଲଟି ପଡିବାରୁ ଘଟଣା ସ୍ଥଳରେ ଦୁଇଜଣ ମହିଳା ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ତେବେ ଗୁରୁତ୍ୱପୂର୍ଣ୍ଣ କଥାଟି ହେଲା ଦୁର୍ଘଟଣାରେ ଅତିଶୟ ଗୁରୁତର ହୋଇଥିବା ମହିଳାଙ୍କ ୪ବର୍ଷର ଶିଶୁପୁତ୍ରଟି ଅଳ୍ପକେ ବର୍ତ୍ତି ଯାଇଛନ୍ତି। ସୂଚନାଯୋଗ୍ୟ ଯେ ଗୁରୁତର ମହିଳା ଦୁଇଜଣ ଅଟୋ ଚାଳକଙ୍କ ସମ୍ପର୍କୀୟ ହୋଇଥିବାବେଳେ ସେମାନେ ଓଡ଼ଗାଁ ଅଭିମୁଖେ ଯାତ୍ରା କରୁଥିଲେ ବୋଲି ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି। ଦୁର୍ଘଟଣା ଗ୍ରସ୍ତଙ୍କ ଦେବଦୂତ ଭାବେ ପରିଚିତ ରାଜସୁନାଖଳାର ଯୁବ ସାମାଜସେବୀ ଗଗନ ନାୟକ ଘଟଣାସ୍ଥଳରେ ପହଞ୍ଚି ଆହତ ମାନଙ୍କୁ ଉଦ୍ଧାର କରିବା ସହ ଚିକିତ୍ସା ନିମନ୍ତେ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନାକୁ ପଠାଇଥିଲେ। ପରେ ଖବର ପାଇ ରାଜସୁନାଖଳା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଟୋଟିକୁ ଜବତ କରିଥିଲେ। ତେବେ ଉକ୍ତ ରାସ୍ତାଟି ସମ୍ପ୍ରସାରିତ ହେଵା ପର ଠାରୁ ଯାନବାହାନ ଗୁଡିକ ଅନିୟନ୍ତ୍ରିତ ଭାବେ ନାହିଁ ନଥିବା ଦ୍ରୁତଗତିରେ ଯାତାୟାତ କରୁଥିବାରୁ ପ୍ରାୟ ପ୍ରତିଦିନ ଏହିଭଳି ଦୁର୍ଘଟଣା ଦେଖିବାକୁ ମିଳୁଛି। ତେଣୁ ପ୍ରଶାସନ ତରଫରୁ ଏହାଉପରେ କଡ଼ା ନଜର ରଖିବା ପାଇଁ ସାଧାରଣରେ ଦାବୀ ହେଉଛି।
