ମାଟିଆକେଳା ଆଦିବାସୀ ଲୋକଙ୍କୁ ପୋଷାକ ବାଣ୍ଟିଲେ  ଶିକ୍ଷକ

ଓଡ଼ଗାଁ, (ନୟାଗଡ଼ ଦର୍ପଣ): ଜନ ସମାଜ ଠାରୁ ଦୂରରେ ରହି ଦୀର୍ଘ ୧୫ ବର୍ଷରୁ ଅଧିକ ଦିନ ହେଲା ତାଳବରଡା ତିଆରି ନୁଆଁଣିଆ ଝାଟିମାଟି ଘରେ ରହି ଆସୁଥିବା  ଓଡଗାଁ ବ୍ଲକ ରୋହିବାଙ୍କ ପଞ୍ଚାୟତ ଅଞ୍ଚଳର ମାଟିଆ କେଳା ଆଦିବାସୀ ମାନଙ୍କୁ ଲୁଗାପଟା ଓ ପୋଷାକ ବାଣ୍ଟିଲେ ରୋହିବାଙ୍କ ଉଚ୍ଚ ବିଦ୍ୟାଳୟ ଶିକ୍ଷକ ପ୍ରକୃତିବନ୍ଧୁ ସନ୍ତୋଷ କୁମାର ସାହୁ। ଅକଭାନ ବାତ୍ୟାରେ ଲଗାଣ ବର୍ଷାରେ ନିଜ ଘର ଭାଙ୍ଗି ପଡିଯିବା ଭୟରେ ଏମାନେ ରୋହିବାଙ୍କ ଉଚ୍ଚ ବିଦ୍ୟାଳୟରେ ଅସ୍ଥାୟୀ ଆଶ୍ରୟ ସ୍ଥଳରେ ଦୀର୍ଘଦୁଇଦିନ ଧରି ରହିଥିଲେ।
ପ୍ରକାଶ ଥାଉ କି ଗତ ଶୀତରେ ଏମାନଙ୍କୁ ନିଜର ଆତ୍ମୀୟ, ବାଲ୍ୟ ବନ୍ଧୁ ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କଠାରୁ ଆଣିଥିବା ପୁରୁଣା ଲୁଗାପଟାରେ କନ୍ଥା, ନୂଆ ସପ, ଶୀତବସ୍ତ୍ର ବାଣ୍ଟିଥିବାବେଳେ ବର୍ତ୍ତମାନ ନୟାଗଡ଼ ବ୍ଲକରେ କାର୍ଯ୍ୟରତ ଶିକ୍ଷକ ଦମ୍ପତି ବୃନ୍ଦାବନ ସାହୁ ଓ ସୁନୀତି ସାହୁଙ୍କ ସାହାଯ୍ୟରେ ଲୋକମାନଙ୍କୁ ବଣ୍ଟନ କରିଥିବା ଜଣାପଡିଛି। ଶିକ୍ଷକ ଶ୍ରୀ ସାହୁ ଲୋକଙ୍କୁ ନିବେଦନ କରିଛନ୍ତି କି ପୁରୁଣା ଲୁଗାପଟା, ପିଲାଙ୍କ ପୋଷାକ, ବଳକା ଖାଦ୍ୟ ଏଣେତେଣେ ନ ଫିଙ୍ଗି “ଯଦି ଅଛି ଦିଅ କିମ୍ବା ଯଦି ନାହିଁ ନିଅ ” ରୂପେ ଦାନ କରିବାକୁ କହିଛନ୍ତି

Related posts