ନୟାଗଡ଼ରେ ଜିଲ୍ଲାସ୍ତରୀୟ ଆମ କଳାକାର ପୋର୍ଟାଲ ପାଇଁ  ଚୟନ ପ୍ରକ୍ରିୟା ଆରମ୍ଭ

ନୟାଗଡ଼,(ନୟାଗଡ଼ ଦର୍ପଣ): ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ନୟାଗଡ ଜିଲ୍ଲାରେ ଜିଲ୍ଲାସ୍ତରୀୟ ଆମ କଳାକାର ପୋର୍ଟାଲ ପାଇଁ ଚୟନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଖଣ୍ଡପଡ଼ା ରୋଡରେ ଥିବା ବରିଷ୍ଠ ନାଗରିକ ଗୋଷ୍ଠୀ କେନ୍ଦ୍ରଠାରେ ନଭେମ୍ବର ୧୭ ତାରିଖରୁ ଆରମ୍ଭ ହୋଇଥିବା ଏହି ପ୍ରକ୍ରିୟା ଆସନ୍ତା ନଭେମ୍ବର ୨୧ ତାରିଖ ପର୍ଯ୍ୟନ୍ତ ଏବଂ ପୁନଶ୍ଚ ନଭେମ୍ବର ୨୫ ଓ ୨୬ ତାରିଖ ଯାଏଁ ଚାଲିବ ବୋଲି ଜିଲ୍ଲା ପ୍ରଶାସନ ଦ୍ୱାରା ସ୍ଥିର କରାଯାଇଛି।  ଆସନ୍ତା ୧୮ ତାରିଖରୁ ଏହି ଚୟନ ପ୍ରକ୍ରିୟା ଦୁଇ ଗୋଟି ସ୍ଥାନରେ ଯଥା ବରିଷ୍ଠ ନାଗରିକ ଗୋଷ୍ଠୀ କେନ୍ଦ୍ର ଓ ରୋଟାରି କ୍ଲବରେ ଅନୁଷ୍ଠିତ ହେବ।
ଏହି ଅବସରରେ ନୟାଗଡ଼ ଜିଲ୍ଲାପାଳ ଶ୍ରୀମତୀ ମଧୁମିତା ରଥ  ଏବଂ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ରୋଜିନା ଦାସ ଯୋଗ ଦେଇ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।
ଏହି ଚୟନ ମାଧ୍ଯମରେ ଜିଲ୍ଲାର ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ଓ କଳାକାରଙ୍କ ପ୍ରତିଭାକୁ ମୂଲ୍ୟାୟନ କରାଯିବା ସହ ଚୟନିତ ଅନୁଷ୍ଠାନ ଓ କଳାକାରମାନେ ଆଗାମୀ ଦିନରେ ବିଭାଗ ପକ୍ଷରୁ ଆୟୋଜିତ ରାଜ୍ୟ ଓ ଜାତୀୟସ୍ତରୀୟ ସାଂସ୍କୃତିକ ଉତ୍ସବରେ କଳା ପରିବେଷଣ କରିବାର ସୁଯୋଗ ପାଇବେ।

ଜିଲ୍ଲାର  କଳା, ସଂସ୍କୃତି ଓ ପାରମ୍ପରିକ କଳାରୂପକୁ ରାଜ୍ୟ ତଥା ଜାତୀୟସ୍ତରରେ ପରିଚିତ କରାଇବା ସହ ସ୍ଥାନୀୟ କଳାକାରଙ୍କୁ ବୃହତ୍ତର ମଞ୍ଚ ଯୋଗାଇଦେବା ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ l ଜିଲ୍ଲା ସଂସ୍କୃତି ଅଧୂକାରୀ ଶ୍ରୀମତୀ ସୁମିତ୍ରା ଭୂୟାଁଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ  ଏହି ଚୟନ ପ୍ରକ୍ରିୟା ଆୟୋଜିତ ହେଉଛି ।

Related posts