ବସ୍ତି ପିଲାଙ୍କ ସହ ସ୍ୱାଧୀନତା ଦିବସ ପାଳିଲେ ସମାଜସେବୀ ନିବେଦିତା ଲେଙ୍କା

ଭୁବନେଶ୍ୱର, (ନୟାଗଡ଼ ଦର୍ପଣ): ଅନ୍ଧାରୁଆ ପଞ୍ଚାୟତ ଅନ୍ତର୍ଗତ ଚୂନକୋଳି ବସ୍ତିରେ ଯଶୋଦା ମା’ ଫାଉଣ୍ଡେସନର ଅଧ୍ୟକ୍ଷା ତଥା ସମାଜସେବୀ ଶ୍ରୀମତୀ ନିବେଦିତା ଲେଙ୍କାଙ୍କ ସହଯୋଗରେ ବସ୍ତିର କୁନି କୁନି ପିଲାମାନେ ଉତ୍ସାହ ଓ ଉଦ୍ଦୀପନାର ସହ ସ୍ୱାଧୀନତା ଦିବସ ପାଳନ କରିଛନ୍ତି। ଏହି ଅବସରରେ ନିବେଦିତା ଲେଙ୍କା ପିଲାମାନଙ୍କୁ ମହାତ୍ମା ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସତ୍ୟ, ନ୍ୟାୟ ଓ ନୀତିର ପଥରେ ଚାଲିବାକୁ ପରାମର୍ଶ ଦେଇଥିଲେ। ସେହିପରି ମୁଖ୍ୟ ଅତିଥି ଭାବେ ରୋଟାରୀ କ୍ଲବର ସଭାପତି ତନୁଜା ବିଶ୍ୱାଳ ଯୋଗଦେଇ ସ୍ୱାଧୀନତା ଦିବସର ମହତ୍ତ୍ୱ ସମ୍ପର୍କରେ ପିଲାମାନଙ୍କୁ ଅଭିଭାଷଣ ପ୍ରଦାନ କରିଥିଲେ। ଭାରତ କିପରି ଦୀର୍ଘ ସଂଗ୍ରାମ ପରେ ସ୍ୱାଧୀନତା ହାସଲ କଲା ଏବଂ ଦେଶର ସ୍ୱାଧୀନତା ପାଇଁ ସଂଗ୍ରାମୀମାନେ ଦେଇଥିବା ତ୍ୟାଗ ଓ ବଳିଦାନ ସମ୍ପର୍କରେ ସେ ପିଲାମାନଙ୍କୁ ଅବଗତ କରାଇଥିଲେ।

କାର୍ଯ୍ୟକ୍ରମରେ କୁନି କୁନି ପିଲାମାନେ ସ୍ୱାଧୀନତା ଦିବସ ଉପରେ ବକ୍ତୃତା ପ୍ରଦାନ କରିବା ସହ ଦେଶଭକ୍ତି ସଙ୍ଗୀତ ଗାନ କରି ଉପସ୍ଥିତ ଅତିଥିମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ। ଶେଷରେ ପିଲାମାନଙ୍କ ମଧ୍ୟରେ ଚକୋଲେଟ୍ ଓ ବିସ୍କୁଟ ବଣ୍ଟନ କରାଯାଇଥିଲା। କୁନି ପିଲାମାନଙ୍କ ମୁହଁରେ ସ୍ୱାଧୀନତା ଦିବସର ଖୁସି ଓ ଉତ୍ସାହ କାର୍ଯ୍ୟକ୍ରମକୁ ଅଧିକ ଆନନ୍ଦମୟ କରିଥିଲା।

Related posts