ଦଶପଲ୍ଲାରେ ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଶୁଣାଣି, ୯୦ଟି ଅଭିଯୋଗ ଗ୍ରହଣ, ୨୮ଟିର ତୁରନ୍ତ ସମାଧାନ

ଦଶପଲ୍ଲା, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ ପରିସରରେ ଆଜି ନୟାଗଡ଼ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଜନସାଧାରଣଙ୍କ ବିଭିନ୍ନ ସମସ୍ୟାର ଶୁଣାଣି ଓ ତ୍ୱରିତ ସମାଧାନ ଲକ୍ଷ୍ୟରେ ଆୟୋଜିତ ଏହି ଅଭିଯୋଗ ଶୁଣାଣି ଶିବିରରେ ମୋଟ ୯୦ଟି ଦରଖାସ୍ତ ଗ୍ରହଣ କରାଯାଇଥିଲା।

ସେଥି ମଧ୍ୟରୁ ୬୫ଟି ବ୍ୟକ୍ତିଗତ ମାମଲା, ୧୨ଟି ଗ୍ରାମ ସମ୍ବନ୍ଧୀୟ ସମସ୍ୟା, ୧୩ଟି ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠି (CMRF) ସହାୟତା ପାଇଁ ଆବେଦନ ରହିଥିଲା। ଶୁଣାଣି ସମୟରେ ନୟାଗଡ଼ ଜିଲ୍ଲାପାଳ ମାଡୁମିତା ରଥ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁବାଷ ପଣ୍ଡା, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲଗ୍ନଜିତ ରାଉତ, ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସ, ଉପ ଜିଲ୍ଲପାଳ କର୍ଣ୍ଣଦେବ ସାମାଦ୍ଦାର, ବିଡ଼ିଓ ଶରତ ମଲ୍ଲିକ, ଏସ୍ଡ଼ିପିଓ ସୃଷ୍ଟି ପ୍ରଧାନଙ୍କ ସମେତ ଜିଲ୍ଲାର ସମସ୍ତ ଅଧିକାରୀମାନେ ଯୋଗ ଦେଇଥିଲେ। ୨୮ଟି ଅଭିଯୋଗର ତୁରନ୍ତ ସମାଧାନ କରିଥିବାବେଳେ ଅବଶିଷ୍ଟ ଆବେଦନଗୁଡ଼ିକୁ ସମ୍ପୃକ୍ତ ବିଭାଗକୁ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରେରଣ କରାଯାଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରତ୍ୟେକ ସୋମବାର ଦିନ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସାଧାରଣ ଲୋକଙ୍କ ସମସ୍ୟାର ଶୀଘ୍ର ସମାଧାନ ଓ ପ୍ରଶାସନ ପ୍ରତି ଲୋକଙ୍କ ବିଶ୍ୱାସକୁ ଆହୁରି ସୁଦୃଢ଼ କରିବାକୁ ପ୍ରୟାସ ଜାରି ରହିଛି।

Related posts