ରାତି ଅଧରେ ମହିଳାଙ୍କ ଘରେ ପଶିଥିବା ଅଭିଯୋଗ: ମାଡ଼ ଖାଇଲେ ଏଏସ୍‌ଆଇ, ଭିଡିଓ ଭାଇରାଲ୍

ରଣପୁର, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ରଣପୁରରେ ଜଣେ ପୁଲିସ ଏଏସ୍‌ଆଇଙ୍କୁ କେନ୍ଦ୍ର କରି ଏକ ଚର୍ଚ୍ଚିତ ଘଟଣା ସାମ୍ନାକୁ ଆସିଛି। ରଣପୁର କୋର୍ଟରେ କାର୍ଯ୍ୟରତ ଏଏସ୍‌ଆଇ ପ୍ରଶାନ୍ତ ପରିଡ଼ା ଗତ ଶୁକ୍ରବାର ବିଳମ୍ବିତ ରାତିରେ ସାନକୂଆ ସାହିର ଜଣେ ମହିଳାଙ୍କ ଘରେ ପ୍ରବେଶ କରିଥିବା ଅଭିଯୋଗ ହୋଇଛି। ଏହାପରେ ପରିବାର ସଦସ୍ୟମାନେ ତାଙ୍କୁ ଧରି ମାଡ଼ ମାରିଥିବା ଚର୍ଚ୍ଚା ହେଉଛି।ସୂଚନା ଅନୁଯାୟୀ, ପ୍ରଶାନ୍ତ ପରିଡ଼ା ପୂର୍ବରୁ ସମ୍ପୃକ୍ତ ପରିବାର ଘରେ ଭଡ଼ାରେ ରହୁଥିଲେ। ସେହି ସମୟରେ ସେହି ଘରର ଜନୈକା ମହିଳାଙ୍କ ସହ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଏହି କଥା ଜାଣିବା ପରେ ସେ ଘରୁ ବିତାଡିତ ହୋଇଥିଲେ। କିଛିଦିନ ତଳେ ସେ ସେହି ଘର ଛାଡ଼ି ଅନ୍ୟତ୍ର ଏକ ଘର ଭଡା ନେଇ କରୁଥିଲେ। ତେବେ ଗତ ରାତି ପ୍ରାୟ ୨ଟା ସମୟରେ ସେ ସମ୍ପୃକ୍ତ ମହିଳାଙ୍କ ଘର ବାରିପଟେ ପଶିଥିବା ଅଭିଯୋଗ ହୋଇଛି। ପରିବାର ଲୋକେ ତାଙ୍କୁ କାବୁ କରି ଉତ୍ତମମଧ୍ୟମ ଦେଇଥିବା ବେଳେ ପରେ ସେ କ୍ଷମା ପ୍ରାର୍ଥନା କରିବାରୁ ସ୍ଥାନୀୟ ଲୋକଙ୍କ ଉପସ୍ଥିତିରେ ତାଙ୍କୁ ଛାଡ଼ି ଦିଆଯାଇଥିବା ସୂଚନା ମିଳିଛି।

ସୂଚନା ଅନୁଯାୟୀ, ପ୍ରଶାନ୍ତ ପରିଡ଼ା ପୂର୍ବରୁ ସମ୍ପୃକ୍ତ ପରିବାର ଘରେ ଭଡ଼ାରେ ରହୁଥିଲେ। ସେହି ସମୟରେ ସେହି ଘରର ଜନୈକା ମହିଳାଙ୍କ ସହ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଏହି କଥା ଜାଣିବା ପରେ ସେ ଘରୁ ବିତାଡିତ ହୋଇଥିଲେ। କିଛିଦିନ ତଳେ ସେ ସେହି ଘର ଛାଡ଼ି ଅନ୍ୟତ୍ର ଏକ ଘର ଭଡା ନେଇ କରୁଥିଲେ। ତେବେ ଗତ ରାତି ପ୍ରାୟ ୨ଟା ସମୟରେ ସେ ସମ୍ପୃକ୍ତ ମହିଳାଙ୍କ ଘର ବାରିପଟେ ପଶିଥିବା ଅଭିଯୋଗ ହୋଇଛି। ପରିବାର ଲୋକେ ତାଙ୍କୁ କାବୁ କରି ଉତ୍ତମମଧ୍ୟମ ଦେଇଥିବା ବେଳେ ପରେ ସେ କ୍ଷମା ପ୍ରାର୍ଥନା କରିବାରୁ ସ୍ଥାନୀୟ ଲୋକଙ୍କ ଉପସ୍ଥିତିରେ ତାଙ୍କୁ ଛାଡ଼ି ଦିଆଯାଇଥିବା ସୂଚନା ମିଳିଛି।

ଘଟଣାକୁ ନେଇ ରଣପୁର ଥାନାରେ ଏପର୍ଯ୍ୟନ୍ତ କୌଣସି ଲିଖିତ ଅଭିଯୋଗ ଦାଖଲ ହୋଇନଥିବା ଜଣାପଡ଼ିଛି। ତେବେ ଘଟଣାସ୍ଥଳର ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହେଉଥିବାରୁ ଘଟଣାଟି ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଅନ୍ୟପକ୍ଷରେ, ଏହି ଘଟଣା ସମ୍ପର୍କରେ ରଣପୁର ପୁଲିସ କିମ୍ବା ସମ୍ପୃକ୍ତ ଏଏସ୍‌ଆଇଙ୍କ ପକ୍ଷରୁ କୌଣସି ଆନୁଷ୍ଠାନିକ ପ୍ରତିକ୍ରିୟା ମିଳିନାହିଁ।

Related posts