ରଣପୁର, (ନୟାଗଡ଼ ଦର୍ପଣ): ରଣପୁର ବ୍ଲକ ଅନ୍ତର୍ଗତ ଝାଡ଼ପଡା ଗ୍ରାମ ପଞ୍ଚାୟତର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଝାଡ଼ପଡା ଠାରେ ଦ୍ୱିତୀୟ ପର୍ଯ୍ୟାୟ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଅଛି । ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଙ୍କ ଦ୍ଵାରା ଭର୍ଚୁଆଲ ମାଧ୍ୟମରେ ଓଡ଼ିଶାରେ ୨୦୪ ଟି ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ର ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଅଛି ।ଏହି ଅବସରରେ ରଣପୁର ବ୍ଲକ ଅନ୍ତର୍ଗତ ଝାଡ଼ପଡା ଠାରେ ଏକ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ର ନିର୍ମାଣ ପାଇଁ ବାଚସ୍ପତି ସୁରମା ପାଢୀଙ୍କ ଦ୍ଵାରା ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଅଛି ।ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ରଣପୁର ବିଡ଼ିଓ ମନୋଜ କୁମାର ନାୟକ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ବନଲତା ବେହେରା,ସରପଞ୍ଚ ସୌରୀବନ୍ଧୁ ସାହୁ ,ପରେଶ ମିଶ୍ର, ନିର୍ମଳ କୁମାର ମତ୍ତଗଜସିଂହ, ସୁବର୍ଣ୍ଣ ସିଂ, ଅଭିଷେକ ସାମନ୍ତରାୟ, ଅକ୍ଷୟ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହି ଭର୍ଚୁଆଲ ମାଧ୍ୟମରେ ମୁଖ୍ଯମନ୍ତ୍ରୀ ଙ୍କ ଅଭିଭାଷଣ କୁ ଶୁଣିଥିଲେ ।ଝାଡ଼ପଡା ଗ୍ରାମ ରେ ଏକ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ ହେବା ଫଳରେ ସ୍ଥାନୀୟ ଛାତ୍ର ଛାତ୍ରୀ ମାନେ ଆଧୁନିକ,ଉନ୍ନତ ଓ ଗୁଣାତ୍ମକ ଶିକ୍ଷା ପାଇପାରିବେ ଏବଂ ଆଗାମୀ ପିଢ଼ି ଉଚ୍ଚ ଶିକ୍ଷିତ ହେବା ସହିତ ଆଗକୁ ବଢ଼ି ପାରିବେ ।ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଝାଡ଼ପଡା ଠାରେ ସ୍ଥାପନ କରାଯାଇଥିବାରୁ, ଝାଡ଼ପଡା ପଞ୍ଚାୟତ ବାସୀ ଆମର ପ୍ରିୟ ନେତ୍ରୀ ବାଚସ୍ପତି ସୁରମା ପାଢ଼ୀଙ୍କୁ ଅନେକ ଅନେକ ସାଧୁବାଦ ଜଣାଇଛନ୍ତି ।ତ୍ରିନାଥ ଉଦୟ ସିଂହ, ସଞ୍ଜୀବ କୁମାର ପରିଡ଼ା,ଗଣେଶ୍ୱର ମାନ୍ଧାତା,ମାନସ ଜେନା, ସୁବାସ ଚନ୍ଦ୍ର ନାୟକ, ପ୍ରଦୀପ ନାୟକ, ପ୍ରମୋଦ ସମାନ୍ତରାୟ, ରଘୁନାଥ ବଳିୟାରସିଂହ, ଜିତେନ୍ଦ୍ର ଭୋଳ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସହଯୋଗ କରିଥିଲେ ।

