ନୟାଗଡ଼, (ନୟାଗଡ଼ ଦର୍ପଣ): କୃତିତ୍ୱ, ଶୃଙ୍ଖଳା ଏବଂ ସେବାପାଇଁ ଓଡିଶା ଭାରତ ସ୍କାଉଟ ଗାଇଡ଼ ଛାତ୍ର ଛାତ୍ରୀଙ୍କୁ ସର୍ବଶ୍ରେଷ୍ଠ ସମ୍ମାନ ପୁରସ୍କାର ରେ ସମ୍ମାନିତ କରନ୍ତି ଏହି ସଂସ୍ଥାର ପୃଷ୍ଠପୋଷାକ ମହାମହିମ ରାଜ୍ୟପାଳ ମହୋଦୟ। ଆଜି ଥିଲା ଓଡିଶା ଲୋକଭବନ ର
ନୂତନ ଅଭିଷେକ ହଲରେ ରାଜ୍ୟପୁରସ୍କାର ସମାରୋହ ଉତ୍ସବ -୨୦୨୬। ଉକ୍ତ ଉତ୍ସବରେ ଓଡିଶା ରାଜ୍ୟ ଭାରତ ସ୍କାଉଟ ଗାଇଡ଼ ସଂସ୍ଥାର ମୁଖ୍ୟ ପୃଷ୍ଠପୋଷାକ ଓଡ଼ିଶାର ମହାମହିମ ରାଜ୍ୟପାଳ ଡ଼ଃ ହରିବାବୁ କୁମ୍ଭମପାଟି, ଓଡିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷାବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ନିତ୍ୟାନନ୍ଦ ଗଣ୍ଡ ଓ ଭାରତ ସ୍କାଉଟ ଗାଇଡର ଉପସଭାପତି ତଥା ଓଡିଶା ରାଜ୍ୟ ଭାରତ ସ୍କାଉଟ ଗାଇଡର କମିଶନର ଡ଼ଃ କାଳିପ୍ରସାଦ ମିଶ୍ର। ଉକ୍ତ ଉତ୍ସବରେ ନୟାଗଡ଼ ଜିଲ୍ଲା ଓଡଗାଁ ବ୍ଲକ ସରକାରୀ ଉଚ୍ଚ ବିଦ୍ୟାଳୟ, ରୋହିବାଙ୍କ ର ଛାତ୍ର ରାଜା ସୋରେନ ମହାମହିମ ରାଜ୍ୟପାଳଙ୍କ ଦ୍ୱାରା ସମ୍ମାନିତ।
ଏହି ପୁରସ୍କାର ପାଇଁ ସ୍କାଉଟଗାଇଡ଼ ଛାତ୍ର ଛାତ୍ରୀଙ୍କୁ ୩ ବର୍ଷରେ ୩ ଟି ସୋପାନ ପରୀକ୍ଷା ସହିତ ପ୍ରୟୋଗିକ ପରୀକ୍ଷା ଓ ଶେଷରେ ଲିଖିତ ପରୀକ୍ଷା ହୋଇଥାଏ। ଉତୀର୍ଣ୍ଣ ଛାତ୍ର ଛାତ୍ରୀଙ୍କୁ ମହାମହିମ ରାଜ୍ୟପାଳ ନିଜେ ପ୍ରମାଣପତ୍ର ପ୍ରଦାନକରିଥାନ୍ତି। ସଂସ୍ଥାର ଜିଲ୍ଲା ସଭାପତି
ନୟାଗଡ଼ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀଯୁକ୍ତ ଚିତ୍ତରଞ୍ଜନ ପାଣ୍ଡେ, ସମ୍ପାଦକ ଜିଲ୍ଲା କ୍ରୀଡା ନିରୀକ୍ଷକ ଅନିଲ କୁମାର ଦାସ, ଓଡଗାଁ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ପିଣ୍ଟୁ କୁମାର ପ୍ରଧାନ ପ୍ରଭୃତି ଛାତ୍ର ଛାତ୍ରୀଙ୍କୁ ଶୁଭେଚ୍ଛା ବାର୍ତ୍ତା ପ୍ରେରଣ କରିଛନ୍ତି। ଏହା ସହିତ ଉକ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ବିଷ୍ନୁପ୍ରିୟା ବାରିକ ଓ ପିଲାମାନଙ୍କୁ ଏହି ଶୀର୍ଷତମ ସ୍ଥାନରେ ପହଞ୍ଚିବା ପାଇଁ ସମସ୍ତ ପ୍ରକାର ତାଲିମ ସହିତ ପ୍ରସ୍ତୁତ କରାଇଥିବା ବିଦ୍ୟାଳୟ ର ଶିକ୍ଷକ ସ୍କାଉଟମାଷ୍ଟର ସନ୍ତୋଷ କୁମାର ସାହୁ ମଧ୍ୟ ଧନ୍ୟବାଦର ପାତ୍ର ହୋଇପାରିଛନ୍ତି।

