ଚାନ୍ଦପୁର ମଣ୍ଡଳ ବିଜେପି ପକ୍ଷରୁ ବିଶାଳ ଜନ ଆକ୍ରୋଶ ମହିଳା ଶକ୍ତି ପଦଯାତ୍ରା

ରଣପୁର, (ନୟାଗଡ଼ ଦର୍ପଣ): ଲୋକସଭାରେ ମହିଳା ସଂରକ୍ଷଣ ବିଲକୁ କଂଗ୍ରେସ , ବିଜେଡି ଓ ଇଣ୍ଡି ମେଣ୍ଟ ର ବିରୋଧକୁ ନେଇ ଚାନ୍ଦପୁର ମହିଳା ମୋର୍ଚ୍ଚା ନେତୃତ୍ବରେ ବୁଧବାର ଦିନ ଅପରାହ୍ନ ସମୟରେ ନୟାଗଡ଼ ଜିଲ୍ଲାର ରଣପୁର ବ୍ଲକ ଅନ୍ତର୍ଗତ ଚାନ୍ଦପୁର ମଣ୍ଡଳ ବିଜେପି ପକ୍ଷରୁ ଜନ ଆକ୍ରୋଶ ମହିଳା ଶକ୍ତି ପଦଯାତ୍ରା ସମାବେଶ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ରଶ୍ମିରେଖା ଦାସ, ଖୋର୍ଦ୍ଧା ଜିଲ୍ଲାର ବିଜେପି ଉପ ସଭାପତି
ରୋଜାଲିନ ଦାସ, ଚାନ୍ଦପୁର ମଣ୍ଡଳ ମହିଳା ମୋର୍ଚ୍ଚା ସଭାନେତ୍ରୀ ମାମୁନି ସିଂ, ଗୋପାଳପୁର ଜିଲ୍ଲାପରିଷଦ ସଦସ୍ୟା ଲକ୍ଷ୍ମୀ ପ୍ରିୟା ତରେଇ, ଅନୁସୟା ସାହୁ, ଚାନ୍ଦପୁର ମଣ୍ଡଳ ସଭାପତି ଅକ୍ଷୟ କୁମାର ସାହୁ, ପୁର୍ବତନ ମଣ୍ଡଳ ସଭାପତି ସୁବର୍ଣ୍ଣ ସିଂ,ସଧାରଣ ସମ୍ପାଦକ ଗଣେଶ୍ୱର ମାନ୍ଧାତା, ଝାଡ଼ପଡା ସରପଞ୍ଚ ସୌରୀବନ୍ଧୁ ସାହୁ, ତ୍ରିନାଥ ଉଦୟ ସିଂହ, ଅଭିଷେକ ସମାନ୍ତରାୟ, ଚାନ୍ଦପୁର ପଞ୍ଚାୟତ ସଭାପତି ସୁଶାନ୍ତ ମଲ୍ଲିକ, ବିକ୍ରମ ସାହୁ, କନ୍ଧନୟାଗଡ ପଞ୍ଚାୟତ ସଭାପତି ବସନ୍ତ ଖମାରୀ, ଏଥି ସହିତ ଚାନ୍ଦପୁର ମଣ୍ଡଳ ର ୧୦ ଟି ପଞ୍ଚାୟତ ବହୁ ମହିଳା କର୍ମୀ ମାନେ ଯୋଗ ଦେଇଥିଲେ । ଏହି ଅବସରରେ ମହିଳା ମାନେ ହାତରେ ପ୍ଲାଗ କାର୍ଡ ଧରି, କଳା ଫିତା ପିନ୍ଧି ଚାନ୍ଦପୁର ଡୋମଣି ମନ୍ଦିର ଠାରୁ ପଦଯାତ୍ରା ଆରମ୍ଭ କରି ଗ୍ରାମ ଓ ଚାନ୍ଦପୁର ବଜାର ପରିକ୍ରମା କରି କନ୍ଧନୟାଗଡ ସ୍ଥିତ ମା ଡୋମଣି ମନ୍ଦିର ପର୍ଯ୍ୟନ୍ତ ପଦଯାତ୍ରା କରିଥିଲେ । ଏହି ପଦଯାତ୍ରା ସମାପ୍ତ ହେବା ପରେ ଏକ ପ୍ରତିବାଦ୍ ସଭା ହୋଇଥଲା । ଏହି ପ୍ରତିବାଦ ସଭାରେ ମହିଳା ମାନେ ବିରୋଧୀ ଦଳର ନେତାମାନଙ୍କ ବିରୋଧରେ ପ୍ରତିବାଦ କରି ପୁନଶ୍ଚ ମହିଳା ସଂରକ୍ଷଣ ବିଲକୁ ଲାଗୁ କରିବା ପାଇଁ ପ୍ରୟାସ ଜାରି ରଖିବା ପାଇଁ କହିଥିଲେ । ଏଥି ସହିତ କଂଗ୍ରେସ ଦଳର ନେତା ରାହୁଲ୍ ଗାନ୍ଧୀ ଓ ବିଜେଡି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା ।

Related posts