ଓଡ଼ଗାଁ, (ନୟାଗଡ଼ ଦର୍ପଣ): ଓଡ଼ଗାଁ ନିକଟସ୍ଥ ଶ୍ରୀ ପଲିଟେକନିକ, କୋମଣ୍ଡରେ ଆଜି ବସନ୍ତ କବିତା ଆସର ଅନୁଷ୍ଠିତ ହୋଇଯାଇଛି।ସମାଜସେବୀ ତଥା ଖେଳମଣିଷ ଦିବାକର ନାୟକଙ୍କ ସଭାପତିତ୍ୱ ରେ ଉକ୍ତ ଆସରରେ ଓଡ଼ଗାଁ ତହସିଲଦାର୍ ତଥା ଦଣ୍ଡାଧିକାରୀ ଡ. ମାନସ ରଞ୍ଜନ ଭୋଇ ମୁଖ୍ୟ ଅତିଥି, ଶ୍ରୀ ପଲିଟେକନିକ,କୋମଣ୍ଡର ଚେୟାରମ୍ୟାନ ଡ.ଶ୍ରୀନିବାସ ସୁବୁଦ୍ଧି ସ୍ୱତନ୍ତ୍ର ଅତିଥି ,ପ୍ରକୃତିବନ୍ଧୁ ପ୍ରଫୁଲ୍ଲ ମାଝୀ,ପଞ୍ଚାନନ ପଣ୍ଡା, ଅଧ୍ୟକ୍ଷ ସର୍ବେଶ୍ୱର ସ୍ୱାଇଁ ସମ୍ମାନିତ ଅତିଥି ରୂପେ ଆସନ ଅଳଂକୃତ କରିଥିଲେ।ଓଡ଼ଗାଁ ଅଞ୍ଚଳର କବି,କବୟତ୍ରୀ ଏବଂ ଅନୁଷ୍ଠାନର ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିଲେ।ଇଂରେଜ ଅମଳରେ ଯେପରି କବିମାନେ କବିତା ମାଧ୍ୟମରେ ଇଁରେଜ ମାନଙ୍କ ବିରୁଦ୍ଧରେ ଆମ ଦେଶବାସୀଙ୍କୁ ଜାଗ୍ରତ କରାଇଦେଇଥିଲେ।ସେହିପରି ଆଜି ସମୟ ଆସିଛି କବିତା ମାଧ୍ୟମରେ ଆମେ ଜନସାଧାରଣଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ସଚେତନ କରାଇ ଦେଇପାରିବା । ଆମ ଗାଁ, ଜିଲ୍ଲା, ରାଜ୍ୟ ଓ ଦେଶର ନାମ ଆଗକୁ ନେବାପାଇଁ ଆଜିର ଛାତ୍ର ସମାଜ ନାଉରୀ ସାଜିବାର ଆବଶ୍ୟକତା ରହିଛି।ଆଜିଠାରୁ ସମସ୍ତେ ବହିପଢିବା ଅଭ୍ୟାସ ଜାରି ରଖିବା ସହିତ କବିତା, ଗଳ୍ପ ଲେଖା ଅଭ୍ୟାସ ଆରମ୍ଭ କରିବାପାଇଁ ଅତିଥି ମାନେ ନିଜ ବକ୍ତବ୍ୟ ରଖିଥିଲେ।

ପରେ ଜ୍ୟୋତିରାଣୀ ବାରିକ ଓ ବର୍ଷାରାଣୀ ସାହୁଙ୍କ ସଂଯୋଜନାରେ କବିତା ପାଠ ହୋଇଥିଲା।ସଭିଏଁ ନିଜ ନିଜର ସ୍ୱ ରଚିତ କବିତା ପାଠ କରିଥିଲେ।କବିତା ଗୁଡିକ ବେଶ୍ ହୃଦୟସ୍ପର୍ଶୀ ହୋଇପାରିଥିଲା।ସମସ୍ତ ଅତିଥି ଏବଂ କବିମାନଙ୍କୁ ମାନପତ୍ର, ପୁଷ୍ପ ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।ଭାଷା ଜ୍ଞାନ ବଢିଲେ ଶୃଙ୍ଖଳା ଜ୍ଞାନ ବଢିବ ।ପରବର୍ତ୍ତୀ ସମୟରେ ଜ୍ଞାନ ମଣ୍ଡଳ ଗଠନ ସହିତ ପ୍ରତିବର୍ଷ ଏଭଳି କାର୍ଯ୍ୟକ୍ରମ କରିବାପାଇଁ ଶ୍ରୀଯୁକ୍ତ ସୁବୁଦ୍ଧି ସୂଚନା ଦେଇଥିଲେ।
ପ୍ରକୃତିବନ୍ଧୁ ତଥା ରାଜ୍ୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ରଞ୍ଜନ କୁମାର ଦାଶ ଅତିଥି ପରିଚୟ ପ୍ରଦାନ ସହିତ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ଶରତଚନ୍ଦ୍ର ଷଡ଼ଙ୍ଗୀ, ମନୋଜ କୁମାର ନାୟକ,ରାଜୀବଲୋଚନ ବରାଡ଼,ପ୍ରିୟଦର୍ଶିନୀ ମହାପାତ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ପରମାନନ୍ଦ ସ୍ୱାଇଁ, ରମାକାନ୍ତ ପ୍ରଧାନ,ସତ୍ୟବାଦୀ ସାହୁ,ପ୍ରଦୀପ୍ତ ନାୟକ,ବବିତା ରାଣୀ ମହାପାତ୍ର ସହଯୋଗ କରିଥିଲେ।ଶ୍ରୀ ପଲିଟେକନିକ କୋମଣ୍ଡ ର ଜନ ସମ୍ପର୍କ ଅଧିକାରୀ ଗୋଲକ ବିହାରୀ ଜେନା ଧନ୍ୟବାଦ ଅର୍ପଣ କରିଥିଲେ।
