ସ୍ଵାଧୀନତା ସଂଗ୍ରାମୀ ପୂର୍ଣ୍ଣଚନ୍ଦ୍ର ଦାସ ଆଉ ନାହାନ୍ତି

ଓଡଗାଁ, (ନୟାଗଡ଼ ଦର୍ପଣ): ଓଡଗାଁର ଜଣାଶୁଣା ସ୍ଵାଧୀନତା ସଂଗ୍ରାମୀ ପୂର୍ଣ୍ଣଚନ୍ଦ୍ର ଦାସଙ୍କର ୧୦୧ବର୍ଷ ବୟସରେ ତାଙ୍କର ବାସଭବନରେ ତା୧୪, ଶୁକ୍ରବାର ରାତିରେ ଦେହାନ୍ତ ହୋଇଯାଇଛି। ୧୯୪୨ମସିହା ଭାରତଛାଡ ଆନ୍ଦୋଳନରେ ସାମିଲ ହୋଇ ସ୍ଵର୍ଗତ ଦାସ ପ୍ରଜାମଣ୍ଡଳ ଆନ୍ଦୋଳନରେ ବାନରସେନା ଦଳରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ। ସ୍ଵାଧୀନୋତ୍ତର କାଳରେ ସେ ଜଣେ ସ୍ଵାଧିନଚେତା ନାଗରିକ ଭାବରେ ଅନ୍ୟାୟ ଦୁର୍ନୀତି ବିରୋଧରେ ନିର୍ଭୀକ ମତପୋଷଣ କରିବାରେ ବେଶ୍ ଜନାଦୃତ ଥିଲେ। ଓଡ଼ଗାଁ ଅଞ୍ଚଳର ବିଭିନ୍ନ ବିକାଶମୂଳକ କାର୍ଯ୍ୟରେ ତାଙ୍କର ସକ୍ରିୟ ଯୋଗଦାନ ରହିଥିଲା । ତାଙ୍କର ମୃତ୍ୟୁ ସମୟରେ ତାଙ୍କର ପୁତ୍ର ଡଃ ବେଣୁଧର ଦାସଙ୍କ ସହିତ ଅନ୍ୟାନ୍ୟ ପରିବାର ବର୍ଗ ଉପସ୍ଥିତ ଥିଲେ। ପୁରୀ ସ୍ଵର୍ଗଦ୍ଵାର ଶ୍ମଶାନରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି।

Related posts