ପୂର୍ବତନ ରାଷ୍ଟ୍ରପତି ଭାରତରତ୍ନ ଏ. ପି. ଜେ. ଅବଦୁଲ କଲାମଙ୍କ ଜନ୍ମ ଜୟନ୍ତୀ

ନୟାଗଡ଼, (ନୟାଗଡ଼ ଦର୍ପଣ): ବିଶିଷ୍ଟ ବୈଜ୍ଞାନିକ, ଭାରତର ପୂର୍ବତନ ରାଷ୍ଟ୍ରପତି ତଥା ମିଜାଇଲ ମ୍ୟାନ ଭାବରେ ପରିଚିତ ଭାରତରତ୍ନ ଡ. ଏ.ପି.ଜେ.ଅବଦୁଲ୍ କଲାମଙ୍କ ଜନ୍ମଜୟନ୍ତୀ ଅବସରରେ ନୟାଗଡ଼ ମଣ୍ଡଳ ଶିକ୍ଷା ବିଭାଗ କାର୍ଯ୍ୟାଳୟରେ ଅବସ୍ଥିତ ଡ. କଲାମଙ୍କ ପ୍ରତିମୂର୍ତ୍ତିରେ ଶିକ୍ଷକ ସମାଜ, ସାମାଜିକ ଅନୁଷ୍ଠାନ ଓ ଶିକ୍ଷା ବିଭାଗ ତରଫରୁ ଦୀପଧୂପ ସହିତ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ଦିଆଯାଇଥିଲା ଗଭୀର ଶ୍ରଦ୍ଧାଞ୍ଜଳି।

ଆଜିର ଏହି କାର୍ଯ୍ୟକ୍ରମରେ ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ. ଦେବାଶିଷ ପଟ୍ଟନାୟକ, ଜିଲ୍ଲା ଶିକ୍ଷା ଅଧିକାରୀ ତ୍ରିଲୋଚନ ପାଣ୍ଡେ, ବ୍ଲକ ଶିକ୍ଷା ଅଧିକାରୀ ଉମାକାନ୍ତ ସେଠୀ, ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଧନେଶ୍ୱର ସେଠୀ ପ୍ରମୁଖ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିବା ବେଳେ ଜିଲ୍ଲା ଲେଖକ ପରିଷଦର ସଂପାଦକ ତଥା ଶିକ୍ଷକ ନେତା ଶେଖ୍ ଅବଦୁଲ୍ ଖାଲିକ୍, ଭକ୍ତ ବଲ୍ଲଭ ବଟକୃଷ୍ଣ ମିଶ୍ର, ମାଣିକେଶ୍ଵର ସ୍ୱାଇଁ, ଉମେଶ ସ୍ୱାଇଁ, ସୌଦାମିନୀ ସ୍ୱାଇଁ, ଲକ୍ଷ୍ମୀଧର ସାହୁ, ରବୀନ୍ଦ୍ର ସାହୁ, ଭଗବାନ୍ ପଣ୍ଡା, ସଲିମ୍ ଇବ୍ରାହିମ୍, ଅଶୋକ କୁମାର ମଲ୍ଲ, ପ୍ରଶାନ୍ତ ପଟ୍ଟନାୟକ, ଚିତ୍ତରଂଜନ ବାରିକ, ଉଷାରାଣୀ ମିଶ୍ର, ଚିତ୍ତରଞ୍ଜନ ଦାଶ, ଶିବରାମ ସାହୁ ଓ ସନ୍ତୋଷ ପ୍ରଧାନ ପ୍ରମୁଖ ଶିକ୍ଷକ ଉପସ୍ଥିତଥିବା ବେଳେ ସାମାଜିକ କର୍ମୀ ତଥା ଇନରହ୍ବିଲ କ୍ଳବର ସଭାନେତ୍ରୀ ସ୍ନିଗ୍ଧାରାଣୀ ପଟ୍ଟନାୟକ ଓ ମା’ ଫାଉଣ୍ଡେସନର ପ୍ରତିଷ୍ଠାତା ପ୍ରକୃତିମିତ୍ର ରଞ୍ଜନ ରଶ୍ମୀ ଜେନା ଯୋଗଦେଇ ଡ. କଲାମଙ୍କୁ ଦେଇଥିଲେ ଭକ୍ତିପୂତ ଶ୍ରଦ୍ଧାଂଜଳି।

Related posts