ଓଡ଼ଗାଁ,(ନୟାଗଡ଼ ଦର୍ପଣ): ଆଜି ଓଡ଼ଗାଁ ବ୍ଲକ୍ ଅନ୍ତର୍ଗତ ମଶାବାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ମଶାବାରୀ କ୍ଲଷ୍ଟର୍ ସିଆରସିସି ଯଶୋବନ୍ତ ପଟ୍ଟନାୟକଙ୍କ ପରିଚାଳନାରେ ଶିଶୁମହୋତ୍ସବ ସୁରଭି -୨୦୨୫ ଅନୁଷ୍ଠିତ ହୋଇଯାଇଛି।ଉକ୍ତ କ୍ଲଷ୍ଟର୍ ଅନ୍ତର୍ଗତ ଚାରିଟି ପଞ୍ଚାୟତର ଚଉଦଟି ବିଦ୍ୟାଳୟରୁ ଗାଇଡ୍ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସମେତ ଏକଶହ ପଚାଶ ଜଣ ଛାତ୍ରଛାତ୍ରୀ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇଥିଲେ।ଶିକ୍ଷାବିତ୍ ଦାମୋଦର ଖିଲାର, ସାରସ କୁମାର ମିଶ୍ର, ପ୍ରଦୀପ୍ତ କୁମାର ନାୟକ,ଡ.ସ୍ୱରୂପ ରଞ୍ଜନ ମିଶ୍ର, ଡ.ଦେବୀପ୍ରସାଦ ପଣ୍ଡା, ସଂଗୀତ ଶିକ୍ଷକ ସବ୍ୟସାଚୀ ମିଶ୍ର, ବିଶିଷ୍ଟ କଳାକାର ପଞ୍ଚାନନ ସାହୁ ବିଚାରକ ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ମୂଲ୍ୟାଙ୍କନ କରିଥିଲେ। ସୁରଭି କାର୍ଯ୍ୟକ୍ରମର ଦଳଗତ ନୄତ୍ୟ ଦେଖିବାକୁ ଦର୍ଶକମାନଙ୍କ ପ୍ରବଳ ଭିଡ଼ ଜମିଥିଲା।ଉକ୍ତ କାର୍ଯ୍ୟକ୍ରମ ଶେଷରେ ଅତିରିକ୍ତ ମଣ୍ଡଳ ଶିକ୍ଷାଧିକାରୀ ରାଜକିଶୋର ସାହୁ, ରଘୁନାଥ ମଲ୍ଲିକ, ଅବସରପ୍ରାପ୍ତ ଶିକ୍ଷକ ପବିତ୍ର ମୋହନ ମହାନ୍ତି,ସିଆରସିସି ନରେଶ ପାଣିଗ୍ରାହୀ,ମଶାବାରୀ ଉଚ୍ଚ ବିଦ୍ୟାଳୟର ପ୍ରତିଷ୍ଠାତା ଅଶୋକ କୁମାର ମହାପାତ୍ର, ପ୍ରଧାଶିକ୍ଷକ ରବୀନ୍ଦ୍ର କୁମାର ଡାକୁଆ,ସମିତିସଭ୍ୟ ବୁଲୁ ଜେନା, ବିଦ୍ୟାଳୟ କମିଟି ସଭାପତି ରାଜେନ୍ଦ୍ର ଦାସ ପ୍ରମୁଖ ଅତିଥିଗଣ ସମସ୍ତ ସଫଳ ପ୍ରତିଯୋଗୀମାନଙ୍କୁ ପ୍ରମାଣପତ୍ର ଓ ଟ୍ରଫି ପ୍ରଦାନ କରିବା ପରେ ବରିଷ୍ଠ ଶିକ୍ଷକ ଭଗବାନ ସାହୁ ଧନ୍ୟବାଦ ଅର୍ପଣକରିଥିଲେ। କେବଳ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀମାନେ ବ୍ଲକ୍ ସ୍ତରୀୟ ସୁରଭି କାର୍ଯ୍ୟକ୍ରମରେ ଯୋଗଦେବେ ବୋଲି ଜଣାପଡ଼ିଛି।
