ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଉପଲକ୍ଷେ ନୟାଗଡ଼ ଯୁବମୋର୍ଚ୍ଚା ପକ୍ଷରୁ ରକ୍ତଦାନ ଶିବିର

ନୟାଗଡ଼,(ନୟାଗଡ଼ ଦର୍ପଣ): ଭାରତର ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୫ତମ ଜନ୍ମଦିନ ଉପଲକ୍ଷେ ହେଉଥିବା “ସେବା ପକ୍ଷ” କାର୍ଯ୍ୟକ୍ରମ ଭାରତୀୟ ଜନତା ଯୁବମୋର୍ଚ୍ଚା ନୟାଗଡ଼ ଜିଲ୍ଲା ପକ୍ଷରୁ ଆଜି ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରକ୍ତ ଭଣ୍ଡାର ଠାରେ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଭାରତୀୟ ଜନତା ପାର୍ଟିର ଯୁବମୋର୍ଚ୍ଚା ପକ୍ଷରୁ ଆୟୋଜିତ ଏହି ରକ୍ତଦାନ ଶିବିରକୁ ଜିଲ୍ଲା ସଭାପତି ମିତ୍ରଭାନୁ ଜେନା ଏବଂ ସମସ୍ତ ଯୁବ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ସଫଳ କରିଥିଲେ। ଏହି କାର୍ଯ୍ୟକ୍ରମରେ କନ୍ଧମାଳର ପୂର୍ବତନ ସାଂସଦ ପ୍ରତ୍ୟୁଷା ରଜେଶ୍ୱରି ସିଂହ, ନୟାଗଡ଼ ବ୍ଲକ ପୂର୍ବତନ ଅଧ୍ୟକ୍ଷ ପ୍ରହଲ୍ଲାଦ ବରାଡ, ନୟାଗଡ଼ ପୌର ପରିଷଦ ପ୍ରତିନିଧି ରଞ୍ଜନ ରଶ୍ମୀ ଜେନା, ମିନତି ପ୍ରଧାନ, ସମାଜସେବୀ ଦାମ ସାର୍, ଶ୍ରୀଧର ପ୍ରଧାନ, ପ୍ରଶାନ୍ତ ଦାସ, ଆଲୋକ ମହାପାତ୍ର, ଲକ୍ଷ୍ମୀଧର ସାହୁ, ଗୋବିନ୍ଦ ବିଶ୍ଵାଳ, ବଳଭଦ୍ର ସାମନ୍ତରାୟ ଓ ସମସ୍ତ ମଣ୍ଡଳ ସଭାପତି ଏବଂ ବରିଷ୍ଠ କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ଥିଲେ। ଶେଷରେ ଭାଜପା ଯୁବମୋର୍ଚ୍ଚା ସଭାପତି ମିତ୍ରଭାନୁ ଜେନା ସମସ୍ତ ଦେବଦୁର୍ଲଭ ରକ୍ତଦାତାଙ୍କୁ ଧନ୍ୟବାଦ ଦେବା ସହ ରକ୍ତଦାନ ମହତ ଦାନ ବୋଲି କହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ।

Related posts