ଓଡ଼ଗାଁ, (ନୟାଗଡ଼ ଦର୍ପଣ): ଦୀର୍ଘ ୫ବର୍ଷ ପରେ ନନ୍ଦିଘୋରରେ ଜୟ ଜଗନ୍ନାଥ ଚୁଡା ମିଲର ନବୀକରଣ ସହିତ ଆଜି ଶୁଭ ଉଦଘାଟନ ହୋଇଯାଇଛି। ୩ ଏକର ପରିମିତ ଜାଗାରେ ନିର୍ମିତ ଏହି ମିଲରେ ଦିନକୁ ୨୦୦ ବସ୍ତା ଧାନ ପେଡା ଯାଇ ଚୁଡା ଉତ୍ପାଦନ ହେବ ବୋଲି ଜଣାପଡିଛି। ପ୍ରୋପାଇଟର ଆଦ୍ୟାଶା ପ୍ରିୟଦର୍ଶିନୀଙ୍କ କରକମଳରେ ଏହା ଉଦଘାଟିତ ହୋଇଛି। ମୁଖ୍ୟ ଭାବେ ଜଗନ୍ନାଥ ସାହୁ ସମସ୍ତକାର୍ଯ୍ୟ ପରିଚାଳନା କରିଥିଲେ। ସୂଚନାଯୋଗ୍ୟ, ଏହି ମିଲର ମାଲିକ ୨୦୨୦ ମସିହା ଜାନୁଆରୀ ମାସରେ କାର୍ ଦୁର୍ଘଟଣାରେ ସ୍ତ୍ରୀ ଓ ପୁଅ ସହିତ ପ୍ରାଣହରାଇ ଥିଲେ। ତାଙ୍କର ଯିବିତ ଏକମାତ୍ର ଝିଅ ଆଦ୍ୟାଶା ଆଜି ନିଜ ମିଲ ଚଳାଇବାକୁ ସାହସ କରିଛନ୍ତି। ବାପାଙ୍କ ଅଧୁରା ସ୍ୱପ୍ନକୁ ପୂରଣ କରିଥିବାରୁ ଏଥିପାଇଁ ଝିଅ ଅଦ୍ୟାଶାଙ୍କୁ ସବୁମହଲରୁ ପ୍ରସଂଶାର ସୁଅ ଛୁଟିଛି। ନୂତନ ବ୍ୟବସାୟକୁ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଠାକୁର ସାହା ହୁଅନ୍ତୁ ବୋଲି ଅନେକ୍ ପ୍ରାର୍ଥନା କରିଛନ୍ତି।
