ନୟାଗଡ଼,(ନୟାଗଡ଼ ଦର୍ପଣ): ଓଡ଼ଗାଁ ବ୍ଲକରେ ନବମ ବାର୍ଷିକ ଜିଲ୍ଲା ବ୍ୟାପି ସେବା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ ସେବା ଉତ୍ସବ ସମିତି ଆନୁକୁଲ୍ୟରେ ରଙ୍ଗଣୀ ପାଟଣା, ଓଡ଼ଗାଁ, କଜଳେଇପଲ୍ଲୀ, ଶରଣକୁଳ ଆଦି ବିଭିର୍ଣ୍ଣ ସ୍ଥାନରେ ଗରିବ, ଅସହାୟମାନଙ୍କୁ ବସ୍ତ୍ର, ଚପଲ ଏବଂ ଖାଦ୍ୟ ସାମଗ୍ରୀ ବଣ୍ଟନ କରାଯାଇଥିଲା । ଅନ୍ୟପକ୍ଷେ ଓଡ଼ଗାଁ ବ୍ଲକର ବିଭିନ୍ନ ସ୍ଥାନରେ ଅବହେଳିତ ଅବସ୍ଥାରେ ଥିବା ମାଟିଆ କେଳା ସାମ୍ପ୍ରଦାୟର ଲୋକମାନଙ୍କୁ ରାସନ, ଖାଦ୍ୟ ଓ ବସ୍ତ୍ର, ଚପଲ ଆଦି ବଣ୍ଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଏମସିଏଲ, ଷ୍ଟେଟବ୍ୟାଙ୍କ ଅଫଇଣ୍ଡିଆ, ଇଡକୋ, ଇମ୍ଫା, ଓମ୍ଫେଡ ପ୍ରମୁଖ ସହଯୋଗ କରିଥିଲେ।

ସେବା ଉତ୍ସବ ସମିତି ଅଧ୍ୟକ୍ଷ ଶିବରାମ ମହାପାତ୍ରଙ୍କ ତତ୍ତ୍ଵବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସେବା ଉତ୍ସବ କାର୍ଯ୍ୟକାରୀ ସଦସ୍ୟ ସୁନୀଲ କୁମାର ପଟ୍ଟନାୟକ, ବଳଭଦ୍ର ସ୍ୱାଇଁ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଆଜିର କାର୍ଯ୍ୟକ୍ରମରେ ସେବା ସଦସ୍ୟ ସୌମ୍ୟା ସ୍ଵୟଂ ପ୍ରଭା, ବର୍ଷା ପ୍ରିୟଦର୍ଶିନୀ, ସତ୍ୟ ନାରାୟଣ ବେହେରା, ଆଶୁତୋଷ ସାହୁ, ଅଂଶୁମାନ ସେଠୀ, ଅବିନାଶ ସାହୁ, ରାଜେଶ ବାରିକ, ପ୍ରଶାନ୍ତ କୁମାର, ଦେବାଶିଷ ରାଉତ,ସିଲୁ ବରାଡ,ଅନୁସୂୟା ପ୍ରଧାନ, ଅଭିଲିପସା, ଆଦିତ୍ୟ ପାଲ୍, ଶୁଭସ୍ମିତା ମିଶ୍ର, କରଣ ବଡତିଆ, ସତ୍ୟ ପ୍ରକାଶ, ଶିକନ କୁମାର ଜେନା ପ୍ରମୁଖ ସାମିଲ୍ ହୋଇଥିଲେ ।

ଏହି କାର୍ଯ୍ୟକ୍ରମରେ ସହେ ଜଣ ଛାତ୍ରଛାତ୍ରୀଙ୍କୁ ଚପଲ ଓ ଜୋତା ବଣ୍ଟନ କରାଯାଇଥିବା ବେଳେ ଶହେ ଜଣ ଅସହାୟଙ୍କୁ ଆନୁଷଙ୍ଗିକ ସାମଗ୍ରୀ ପ୍ରଦାନ କରାଯାଇଥିଲା ଏବଂ ତାଙ୍କ ମଙ୍ଗଳ କାମନା କରାଯାଇଥିଲା। ସେବା ଓ ଦାନର ଏକ ନିଆରା ପରମ୍ପରା ସୃଷ୍ଟି ପାଇଁ ଉଦ୍ୟମ ଜାରି ରହିଥିବା ସମ୍ପର୍କରେ ଅଧ୍ୟକ୍ଷ ଶିବରାମ ମହାପାତ୍ର ସୂଚନା ଦେଇଛନ୍ତି। ଆଗାମୀ ଜୁଲାଇ ୩୦ତାରିଖ ଯାଏଁ ଏହି ସେବା କାର୍ଯ୍ୟକ୍ରମ ଜିଲ୍ଲାବ୍ୟାପି ଅନୁଷ୍ଠିତ ହେବ ବୋଲି ଅନୁଷ୍ଠାନ ପକ୍ଷରୁ କୁହାଯାଇଛି।