ଓଡ଼ଗାଁ, (ନୟାଗଡ଼ ଦର୍ପଣ): ବିଶ୍ୱ ବିଦ୍ୟାଳୟ ସାଙ୍ଗକୁ ମହା ବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରୀ, ଅଧ୍ୟାପିକା ଓ ମହିଳା କର୍ମଚାରୀମାନେ ଅଧ୍ୟାପକ ଅବା ଶିକ୍ଷକମାନଙ୍କ ଖରାପ ବ୍ୟବହାରକୁ ରୋକିବା ସାଙ୍ଗକୁ ଛାତ୍ରୀମାନଙ୍କୁ ସାହାସିକତାର ବାର୍ତ୍ତା ଦେବା ପାଇଁ ଓଡିଶା ସରକାର ମହାବିଦ୍ୟାଳୟ ଏବଂ ବିଶ୍ୱ ବିଦ୍ୟାଳୟରେ ଶକ୍ତିଶ୍ରୀ ସଶକ୍ତିକରଣ କେନ୍ଦ୍ର ସ୍ଥାପନ କଲେ। ତାହା ସର୍ବାଗ୍ରେ ପ୍ରସଂଶା ଯୋଗ୍ୟ ଏଥିରେ ତିଳେମାତ୍ର ସନ୍ଦେହ ନୁହେଁ। ଏଥୁରୁ ଆଉ ପାଦେ ଆଗକୁ ଯାଇ ନୟାଗଡ଼ ଜିଲ୍ଲା ଓଡଗାଁ ବ୍ଲକ ଅନ୍ତର୍ଗତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ରୋହିବାଙ୍କ ରେ ଛାତ୍ରୀମାନଙ୍କୁ ନେଇ ଏକ ସୁରକ୍ଷା ଆଲୋଚନା ଚକ୍ର ଅନୁଷ୍ଠିତ ହୋଇସାରିଛି। ପ୍ରଧାନ ଶିକ୍ଷୟିତ୍ରୀ ବିଷ୍ଣୁପ୍ରିୟା ବାରିକ, ଶିକ୍ଷୟିତ୍ରୀ ଅବନ୍ତୀ ବେହେରା, ସୁନିତା ବେହେରା, ବିଜୟ ଲଷ୍ମୀ ଦଳେଇ, ପଦ୍ମିନୀ ନାୟକ, ଶିକ୍ଷକ ପ୍ରକୃତିବନ୍ଧୁ ସନ୍ତୋଷ କୁମାର ସାହୁ, ସୂର୍ଯ୍ୟମଣି ନାୟକ, ରାଧାଗୋବିନ୍ଦ ନାୟକ, ସନ୍ତୋଷ ନାହାକ, ବିଶ୍ୱଜିତ ନାୟକ ଓ କ୍ରୀଡା ଓ ଶାରୀରିକ ଶିକ୍ଷକ ଆଲୋକ ନାୟକ ପ୍ରଭୃତି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।

ଶିକ୍ଷୟିତ୍ରୀ ଅବନ୍ତୀ ବେହେରା ଛାତ୍ରୀମାନଙ୍କ ପ୍ରତି ବିଦ୍ୟାଳୟ କିମ୍ବା ନିଜ ଘର ପାଖରେ ନିଜପ୍ରତି ହେଉଥିବା ଖରାପ ବ୍ୟବହାରରେ ହାରାସ ନହୋଇ ସାହସିକତା ସ୍ୱରୂପ ଧର୍ଯ୍ୟବାନ ସାଙ୍ଗକୁ ଆତ୍ମାରକ୍ଷା କୌଶଳ ଆପଣାଇବା, ସମସ୍ତ କଥା ନିଜ ପିତାମାତା ଓ ବିଦ୍ୟାଳୟରେ ଶିକ୍ଷୟିତ୍ରୀ ମାନଙ୍କୁ ଜଣାଇବା, ନିଜ ଶରୀର ପ୍ରତି ଭଲ ଛୁଆଁ ଖରାପ ଛୁଆଁ ସମ୍ବନ୍ଧୀୟ ତଥ୍ୟ ଉପସ୍ଥାପନ କରିଥିବାବେଳେ, ଶିକ୍ଷୟିତ୍ରୀ ସୁନିତା ବେହେରା ବିଦ୍ୟାଳୟ ରେ ପ୍ରତିବର୍ଷ ଦିଆଯାଉଥିବା ଆତ୍ମରକ୍ଷା କୌଶଳକୁ ଦୋହରାଇଥିଲେ। ଶେଷରେ ପ୍ରକୃତିବନ୍ଧୁ ଶ୍ରୀ ସାହୁ ସମସ୍ତ ଛାତ୍ରୀମାନଙ୍କୁ ପ୍ରତ୍ୟେକ କାର୍ଯ୍ୟରେ ଧର୍ଯ୍ୟବାନର ଜିତାପଟ ହୋଇଥିବା କଥା କହି ଧର୍ଯ୍ୟହରା ନହୋଇ ମୃତ୍ୟୁ ଠାରୁ ଜଗତ ଜିତା ହେବାପାଇଁ ଉଦବୋଧନ ଦେଇଥିଲେ। ବିଦ୍ୟାଳୟର ଛାତ୍ର ଛାତ୍ରୀମାନଙ୍କୁ ନେଇ ନିଜର ସୁରକ୍ଷା ନିଜ ହାତରେ ନାମକ ଏକ ଶପଥ ପାଠ କରାଯାଇଥିଲା। ରାଜ୍ୟ ସରକାର ପ୍ରଦାନ କରିଥିବା ମହିଳା ସୁରକ୍ଷା ହେଲ୍ପଲାଇନ – 181, ଶିଶୁସହାୟତା ନମ୍ବର – 1098, ପୋଲିସ ସହାୟତା ନମ୍ବର- 112, ଛାତ୍ର ଛାତ୍ରୀ ସହାୟତା ନମ୍ବର – 18003456722 କୁ ସମସ୍ତ ଛାତ୍ର ଛାତ୍ରୀ ମାନଙ୍କୁ ପ୍ରଦାନ ସାଙ୍ଗକୁ ବିଦ୍ୟାଳୟ ବାହାର କାନ୍ଥରେ ଏକ ବ୍ୟାନର ଯୋଗେ ଲଗାଯାଇଥିଲା