ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ସଚେତନତା ଶିବିର

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ଦୌରାଜଜ ତଥା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ଆନନ୍ଦ ନାରାୟଣ ମହାରଣାଙ୍କ ନିର୍ଦ୍ଦେଶକ୍ରମେ ସଚିବ ଅଞ୍ଜଳି ମଚ୍ଛଖଣ୍ଡଙ୍କ ତତ୍ବାବଧାନରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସି.ଡି.ଏମ.ଓ., ନୟାଗଡଙ୍କ ସମ୍ମିଳନୀ କକ୍ଷରେ କଠିନ ଆବର୍ଜନାର ପରିଚାଳନା ଉପରେ ପାରା ମେଡିକାଲ ୱାର୍କର, ପାରା ଲିଗାଲ ସ୍ଵେଚ୍ଛାସେବୀ, ରୋଟେରୀ କ୍ଲବର ସଭ୍ଯମାନେ ତଥା ମୁଖ୍ୟ ଚିକିତ୍ସାଳୟର ପ୍ରତ୍ୟୋକ ବିଭାଗର କର୍ମଚାରୀ ମାନଙ୍କୁ ନେଇ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଆଇନ ସେବା ପ୍ରାଧିକରଣର କର୍ମଚାରୀ ପବନ କୁମାର ବେହେରା ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲା ବେଳେ ମୁଖ୍ୟ ଅତିଥି ଭାବେ ଅଞ୍ଜଳି ମଚ୍ଛଖଣ୍ଡ ସ୍ଵାଗତ ଭାଷଣ ଦେଇ କଠିନ ଆବର୍ଜନାର ସଂଗ୍ରହ, ପରିବହନ, ପୁନଃଚକ୍ରଣ ଓ ପରିଚାଳନା ଏବଂ ପୋସ ଆକ୍ଟ ଉପରେ ଆଲୋକପାତ କରିଥିଲେ । ଏଥିରେ ବରିଷ୍ଠ ଅଧିବକ୍ତା ତଥା ଜି.ପି ଦଣ୍ଡପାଣି ସ୍ଵାଇଁ  ଓ ରମେଶ ଚନ୍ଦ୍ର ମହାରଣା ବାୟୋମେଡିକାଲ ଆବର୍ଜନା ବ୍ୟବସ୍ଥାପନ ଉପରେ ଗୁରୁତ୍ଵ ଆରୋପ କରିଥିଲେ । ଏଥିରେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ମୁଖ୍ୟ  ଚିକିତ୍ସାଧିକାରୀ ସୁଶାନ୍ତ କୁମାର ଦାସ ଓ ଜିଲ୍ଲା ପବ୍ଲିକ ସ୍ୱାସ୍ଥ୍ୟ ଅଧିକାରୀ ପୁଷ୍ପ। ନୀଳିମା ଲକ୍ରା, ଡଃ ତାରକା ପ୍ରସାଦ ତ୍ରିପାଠୀ, ଡଃ ଶରତ କୁମାର ଦାଶ, ଡଃ ଖାନ, ଓକିଲ କାମାକ୍ଷା ପ୍ରସାଦ ଦାଶ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଏଥିରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ କର୍ମଚାରୀ ପ୍ରଶାନ୍ତ କୁମାର ସାହୁ ଓ ରାଜେଶ ବାରିକ ସଂପୂର୍ଣ୍ଣ ସହଯୋଗ କରିଥିଲେ ।

Related posts