ନୟାଗଡ଼, (ନୟାଗଡ଼ ଦର୍ପଣ): ବଲାଙ୍ଗି ପାର୍କରେ ପ୍ରାତଃ ଭ୍ରମଣ କଲାବେଳେ ଏକ ଗର୍ଭବତୀ କୁଟୁରାକୁ ବାଲାଙ୍ଗି ପାର୍କ ମଧ୍ୟରେ ଏକ ଜଳାଶୟରୁ ଉଦ୍ଧାରକରି ଜିଲ୍ଲା ବନ୍ୟ ବିଭାଗକୁ ହସ୍ତାନ୍ତର କରିଛନ୍ତି। ଏକ ଜଳାଶୟ ମଧ୍ୟରୁ ଜୀବନ୍ତ ଉଦ୍ଧାର କରିଥିଲେ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଶରତ କୁମାର ସାହୁ ଓ ଶିକ୍ଷକ ପ୍ରତାପ କୁମାର ପରିଡ଼ା। ଶିକ୍ଷକ ଶ୍ରୀଯୁକ୍ତ ପରିଡ଼ା ଜଳାଶୟ ମଧ୍ୟରେ ସାହସର ସହ ପ୍ରବେଶ କରି ସେହି କୁଟୁରାକୁ ଉଦ୍ଧାର କରିଥିଲେ ଓ ଶରତ ସାହୁ ବନ୍ୟପ୍ରାଣୀ ବିଭାଗକୁ ଫୋନ କରି ଜଣାଇଥିଲେ। ଅନ୍ୟ ଜନ ସାଧାରଣ ଉଦ୍ଧାର କାର୍ଯ୍ୟରେ ସହଯୋଗ କରିଥିଲେ। ସହଯୋଗ ପାଇଁ ଦୁଇ ଆଦର୍ଶ ଶିକ୍ଷକଙ୍କୁ ଡି.ଏଫ୍.ଓ ଓ ସ୍ଥାନୀୟ ଜନସାଧାରଣ ସାଧୁବାଦ ଜଣାଇଛନ୍ତି।
ଜଙ୍ଗଲି କୁଟୁରାକୁ ଉଦ୍ଧାର କଲେ ଦୁଇ ଶିକ୍ଷକ
